ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ନାଟ୍ୟ ମନ୍ଦିରରେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଏଣିକି ପର୍ଯ୍ୟଟକମାନେ ଆଉ ନାଟ୍ୟ ମନ୍ଦିର ବୁଲିପାରିବେ ନାହିଁ।ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରକୁ ସୁରକ୍ଷିତ ରଖିବା ଏବଂ ଘଟୁଥିବା ଅଘଟଣକୁ ଏଡ଼ାଇବା ପାଇଁ ଏପରି ନିର୍ଦ୍ଦେଶନାମା ଜାରି କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ASI) । ତେବେ ପର୍ଯ୍ୟଟକମାନଙ୍କଠାରୁ ପ୍ରବେଶ ଶୁଳ୍କ ଆଦାୟ କରାଯାଉଥିବାବେଳେ ନାଟ୍ୟ ମନ୍ଦିର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହେବେ ।ପର୍ଯ୍ୟଟକମାନେ ତଳେ ରହି ନାଟମଣ୍ଡପର ଚତୁଃପାର୍ଶ୍ବ ବୁଲି ଦେଖିପାରିବେ ବୋଲି ଏଏସଆଇର ପୁରୀ ସର୍କଲ୍ ଅଧୀକ୍ଷକ ଡିବି ଗଡ଼ନାୟକ ସୂଚନା ଦେଇଛନ୍ତି
