ଏଣିକି ୪୫ ଦିନ ପୂର୍ବରୁ ହିତାଧିକାରୀମାନଙ୍କୁ ଚାଉଳ ମିଳିବ ।

ରାଜ୍ୟରେ ଭୂତ ଖାଉଥିଲେ ରାସନ ଚାଉଳ। ଇ-କେୱାଇସି ବେଳେ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ରାସନକାର୍ଡ ହିତାଧିକାରୀଙ୍କ ଚାଲିଛି EKYC। ବର୍ତ୍ତମାନ ସୁଦ୍ଧା EKYC ପ୍ରକ୍ରିୟାରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ରାସନ କାର୍ଡ ରୁ ବାଦ ଦିଆଯାଉଛି। ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୩୧୮ ହିତାଧିକାରୀଙ୍କ ମଧ୍ୟରୁ ଆଜି ସୁଦ୍ଧା ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ଜଣଙ୍କ EKYC ସରିଛି।

ସୂଚନାଯୋଗ୍ୟ, ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କିଛି ଦିନ ତଳେ ଗଣମାଧ୍ୟମରେ କହିଥିଲେ।ଏସବୁ ପରେ ବି ଏଭଳି ଅକାଳ ମୃତ୍ୟୁକୁ ରୋକିବାକୁ ପ୍ରକ୍ରିୟାକୁ ଆହୁରି ସରଳ କରିବାକୁ ସରକାର କିଛି ପଦକ୍ଷେପ ନେଇଛନ୍ତି । ଏଣିକି ୪୫ ଦିନ ପୂର୍ବରୁ ହିତାଧିକାରୀମାନଙ୍କୁ ଚାଉଳ ମିଳିବ । ଦୁର୍ଗମ ଅଞ୍ଚଳରେ ରାସନ କେନ୍ଦ୍ର ବଢାଯିବ ଏବଂ ମାସେରୁ ୨ ମାସର ରାସନ ଏକାଥରେ ଦିଆଯିବ ବୋଲି ସ୍ପଷ୍ଟୋକ୍ତି ରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅଧିକ ପଢନ୍ତୁ

Odisha Darpan Digital