ଏଥର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ ।

ଗଣତନ୍ତ୍ର ଦିବସ ପରେଡରେ ରାଜ୍ୟର ପ୍ରଜ୍ଞାପନ ମେଢ଼ ଦେଖିବା ପାଇଁ ଆଶା ରଖିଥିବା ଓଡିଶାବାସୀଙ୍କୁ ନିରାଶ ହେବାକୁ ପଡିବ। କାରଣ ରାଜ୍ୟ ସରକାର ପଠାଇଥିବା ପ୍ରଜ୍ଞାପନ ମେଢ଼ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି। କର୍ତ୍ତବ୍ୟପଥରେ ସାମିଲ ନହୋଇ ଭାରତ ପର୍ବରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଗତବର୍ଷ କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବା ସହ ପ୍ରଥମ ପୁରସ୍କାର ହାସଲ କରିଥିଲା ।

ଐତିହ୍ୟଗ୍ରାମ ରଘୁରାଜପୁର ହସ୍ତକଳାକୁ ନେଇ ପ୍ରଦର୍ଶିତ ହୋଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଏହାସହ ପଟ୍ଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା । ଯାହାକୁ ମିଳିଥିଲା ଖୁବ ପ୍ରଶଂସା । ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜୁରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଦାଦ୍ରା ନଗର ହାଭେଲି ଏବଂ ଡାମନ ଏବଂ ଡିୟୁ ଏବଂ ଚଣ୍ଡିଗଡ଼ର ରାଜ୍ୟଗୁଡିକର ପ୍ରଜ୍ଞାପନ ମେଢ଼ ଚୟନ କରାଯାଇଛି। ଏ ସମସ୍ତେ କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରନ୍ତୁ।

ଅଧିକ ପଢନ୍ତୁ

kc ads