ଏଥର କାର୍ତ୍ତିକ ପୂର୍ଣ୍ଣମୀରେ ଭାସିବ ଗୋବର ଡଙ୍ଗା

ଆଉ ଭାସିବନି କାଗଜ କି ସୋଲ ଡଙ୍ଗା । ପରିବେଶ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣମୀରେ ଏଥର ଭାସିବ ଗୋବର ଡଙ୍ଗା । ଓଡ଼ିଶାରେ ପ୍ରଥମ କରି ତିଆରି ହୋଇଛି ଗୋବର ଡଙ୍ଗା । ଗୋବରରେ ପ୍ରସ୍ତୁତ ଡଙ୍ଗା ଓ ଦୀପ ପରିବେଶକୁ ସ୍ବଚ୍ଛ ରଖିବ । ଏହି ଗୋବର ଡଙ୍ଗା ଲୋକ ମାନଙ୍କର ମଧ୍ୟ ମନ ଜିଣୁଛି । କାରଣ ଏହି ଡଙ୍ଗା ଗୋବର ଓ ଗୋମୂତ୍ରରେ ତିଆରି କରାଯାଇଛି । ମୁଖ୍ୟତଃ ଏହି ଡଙ୍ଗା ଭସାଇବା ଦ୍ଵାରା ଜଳ ପ୍ରଦୂଷଣ ହୁଏ ନାହିଁ ଓ ପରିବେଶ ପ୍ରଦୂଷିତ ହୁଏ ନାହିଁ । ତେବେ ଏହି ଡଙ୍ଗା ଲୋକମାନଙ୍କର ମନ ଜିଣିବ ବୋଲି ଉଦ୍ୟୋଗୀ କହିଛନ୍ତି ।

ଡଙ୍ଗାର ମୂଲ୍ୟ ମଧ୍ୟ ୧୦ ଟଙ୍କା ରହିଛି । ତେବେ ଏହି ଡଙ୍ଗା ଗୁଡିକୁ ଅନୁଗୁଳ ଜିଲ୍ଲାର ଚମ୍ପତିମୁଣ୍ଡା ଠାରେ ଉଦ୍ୟୋଗୀ ରମାଶଙ୍କର ପ୍ରଧାନ ତିଆରି କରୁଛନ୍ତି । ସେ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ପ୍ଲାଷ୍ଟିକ ଓ ସୋଲ ଡଙ୍ଗା ନଭସାଇ ଏହି ହାତ ତିଆରି ଗୋବର ଡଙ୍ଗା ଭସାଇବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ତେବେ ତାଙ୍କର ଏହି କାର୍ଯ୍ୟ ବେଶ୍ ପ୍ରଶସଂନୀୟ ।ଅନ୍ୟପଟେ କଳିଙ୍ଗ ଗୋ ସେବା ଧାମ ମଧ୍ୟ ଏହି ଡଙ୍ଗା ତିଆରି କରୁଛନ୍ତି । ପାଖାପାଖି ୮୦୦ରୁ ଅଧିକ ଡଙ୍ଗା ତିଆରି କରାଯାଇଛି ଯାହାର ଦାମ୍‌ ୧୦ ଟଙ୍କା, ୨୦ଟଙ୍କା, ୩୦ଟଙ୍କା ରଖାଯାଇଛି । ଭୁବନେଶ୍ୱରର ବିଭିନ୍ନ ଛକରେ ଏହି ଡଙ୍ଗା ବିକ୍ରି କରାଯାଉଛି । ଡଙ୍ଗା ତିଆରି କରିବାକୁ ୪ଦିନ ଲାଗୁଛି । ଏହା ପାଣିରେ ଭାସିଲେ ୪ ଘଣ୍ଟାରେ ମିଳେଇ ଯିବ ।

ଅଧିକ ପଢନ୍ତୁ

kc ads