ଏଥର ଗଣେଶ ପୂଜାରେ ହୋଇପାରେ ବର୍ଷା !

ଏଥର ଭିଜା ଭିଜା ଗଣେଶ ପୂଜା। ରାଜ୍ୟରେ ସମସ୍ତ ସ୍ଥାନରେ ଅଗ୍ର ପୂଜ୍ୟ ପ୍ରଭୁ ଗଣେଶଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାତ୍ର ଏଥର ଗଣେଶ ପୂଜାରେ ବର୍ଷା ସମ୍ଭାବନା ଥିବାରୁ ପୂଜା ଫିକା ପଡିପାରେ ବୋଲି ଆଶଙ୍କା କରାଯାଉଛି। ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ବୁଧବାର ସୃଷ୍ଟି ହେଇଥିଲା ଘୂର୍ଣ୍ଣିବଳୟ ଯୋଗୁଁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା କରାଯାଉଛି। ଲଘୁଚାପ ପ୍ରଭାବରେ ଆଜିଠୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ନେଇ ସତର୍କତାଜାରି କରିଛି ପାଣିପାଗ ବିଭାଗ।

୫ରୁ ୬ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ , ଖୋର୍ଦ୍ଧା ଓ ନୟାଗଡ଼ ଜିଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଅଧିକ ପଢନ୍ତୁ