ଏଥର ରଜରେ ପ୍ରବଳ ବର୍ଷିବ

ଏଥର ରଜରେ ପ୍ରବଳ ବର୍ଷିବ । ଦକ୍ଷିଣ ପୂର୍ବ ଓ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଧୀରେଧୀରେ ଏହା ଘନୀଭୂତ ହୋଇ ଆସନ୍ତା ୧୩ ତାରିଖ ଭିତରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ସୋମବାର ଓ ମଙ୍ଗଳବାର (୯ ତାରିଖରେ) ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ୪୨ରୁ ୪୩ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା । କିନ୍ତୁ ଘୂର୍ଣ୍ଣିବଳୟ ପ୍ରଭାବ ଯୋଗୁ ତାତି କମିବ। ସୋମବାର କେବଳ ସମ୍ବଲପୁରକୁ ଛାଡ଼ି ରାଜ୍ୟର ସବୁ ସ୍ଥାନରେ ତାତି ୪୦ ଡିଗ୍ରୀ ତଳେ ରହିବ । ଉପକୂଳ ଓଡ଼ିଶାରେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ଭିତରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସୋମବାର ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୩୦ରୁ ୪୦ କିମି ବେଗରେ ପବନ ବି ବହିପାରେ । ଘୂର୍ଣ୍ଣିବଳୟ ସତ୍ତେ୍ୱ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ସ୍ଥିତି ରହିବ । । ୧୪ ତାରିଖଠାରୁ ଧୀରେଧୀରେ ବର୍ଷାର ବିସ୍ତୃତି ବଢିପାରେ ।

ଅଧିକ ପଢନ୍ତୁ

kc ads