ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ବହୁଚର୍ଚ୍ଚିତ ଜାତୀୟ ଶିକ୍ଷାନୀତି । ୨୦୨୪-୨୫ (ଚଳିତ) ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେବ ‘ଜାତୀୟ ଶିକ୍ଷା ନୀତି-୨୦୨୦’ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏକାଧିକ ଥର ପାଠ୍ୟକ୍ରମ ଛାଡ଼ିପାରିବେ ଓ ଆଡ୍ମିସନ କରିପାରିବେ । ଛାତ୍ରଛାତ୍ରୀ ମାନେ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସ ପୂର୍ଣ୍ଣ କରିପାରିବେ ।
ଦକ୍ଷତା ବିକାଶ ଓ ଇଣ୍ଟର୍ଣ୍ଣସିପ୍ ପାଇଁ ରହିବ ସୁଯୋଗ । ପାଠ୍ୟକ୍ରମକୁ ରୋଜଗାର ଭିତ୍ତିକ କରାଯିବ । ଶିଳ୍ପ ଆବଶ୍ୟକତା ପୂରଣ ଅନୁଯାୟୀ କରାଯିବ । ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି । ଏହି ପଦକ୍ଷେପ ରାଜ୍ୟର ଶିକ୍ଷା ପ୍ରଣାଳୀରେ ଅନେକ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ ।