ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ।

ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ। ଛତିଶଗଡ଼ ନାରାୟଣପୁର ସୀମାନ୍ତ କୋଣ୍ଡାଗାଁରେ ଏନ୍‌କାଉଣ୍ଟର। ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ସହ AK-47 ଜବତ ହୋଇଛି। ଏନକାଉଣ୍ଟର ନେଇ ସୂଚନା ଦେଲେ ବସ୍ତର ଆଇଜି।ଏହାସହ ଘଟଣା ସ୍ଥଳରୁ ଗୋଟିଏ Ak47 ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । କୋଣ୍ଡାଗାଓ ଜିଲ୍ଲାର କିଲମ ଜଙ୍ଗଲ ଭିତରେ ମାଓବାଦୀଙ୍କ ଏକ ବଡ ଟିମ ଲୁଚି ରହିଥିବା ନେଇ ପୋଲିସ୍‌ର ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ଅପରେସନ । ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। DRG ଜବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ଏହି ସଫଳତା ମିଳିଛି। ଏନକାଉଣ୍ଟର ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି।

ଅଧିକ ପଢନ୍ତୁ

kc ads