ଭାରତରେ ସିସିଟିଭି କ୍ୟାମେରାକୁ ନେଇ ବଡ଼ ନିଷ୍ପତ୍ତି। ଗତ କିଛି ସମୟ ହେବ ଭାରତରେ ସିସିଟିଭିର ସିକ୍ୟୁରିଟିକୁ ନେଇ ପ୍ରଶ୍ନ ଉଠୁଛି। କାରଣ ଅଧିକାଂଶ ସିସିଟିଭି କ୍ୟାମେରା ଖୁବ୍ ବିପଦରେ ରହିଛି। ଏହାର କାରଣ ହେଉଛି ଦୁବଳ ସିକ୍ୟୁରିଟି ଏବଂ ପଲିସି। କାରଣ ଭାରତରେ କମ୍ ସିକ୍ୟୁରିଟି ଥିବା ଚାଇନା ସିସିଟିଭି କ୍ୟାମେରା ବିକ୍ରି କରାଯାଉଛି। ଯାହାକି ଲୋକଙ୍କ ସୁରକ୍ଷାକୁ ନେଇ ବଡ଼ ବିପଦ।
ଏକ ରିପୋର୍ଟ ଅନୁସାରେ, ୧ ଏପ୍ରିଲରୁ Hikvision, Dahua ଓ TP-Link ଭଳି ବଡ଼ ବ୍ରାଣ୍ଡର ସିସିଟିଭି କ୍ୟାମେରା ବିକ୍ରି ଉପରେ ରୋକ ଲାଗିପାରେ। କାରଣ ଏହି ସବୁ ଚୀନ୍ କମ୍ପାନୀର। ସରକାର ଏଭଳି କ୍ୟାମେରାର ବ୍ୟବହାର ଓ କିଣିବା ଉପରେ ରୋକ ଲଗାଇବାର ପ୍ରସ୍ତୁତିରେ ଅଛନ୍ତି।ଦେଶର କିଛି ରେଲଓ୍ବେ ଷ୍ଟେସନ୍ରେ ଲାଗିଥିବା ସିସିଟିଭି କ୍ୟାମେରା ଫିଡ୍ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ପର୍ଯ୍ୟନ୍ତ ପହଁଞ୍ଚିଥିଲା। ଏହି ଖୁଲାସା ପରେ ସୁରକ୍ଷା ଏଜେନ୍ସି ସତର୍କ ହୋଇଛି। ଆଜିକାଲି ଅଧିକାଂଶ ସିସିଟିଭି କ୍ୟାମେରା ଇଣ୍ଟରନେଟ୍ ସହ ଲିଙ୍କ୍ ରହୁଛି। ଏହା କେବଳ ଆପଣଙ୍କ ମୋବାଇଲ ନୁହେଁ, ବଂର କମ୍ପାନୀର ସର୍ଭର ସହ ମଧ୍ୟ କନେକ୍ଟ ରହିଛି। ଯଦି କ୍ୟାମେରାର ସଫ୍ଟଓ୍ବେର କିମ୍ବା ସର୍ଭର ସିକ୍ୟୁର ନୁହେଁ, ତେବେ ଆପଣଙ୍କ ଭିଡିଓ ଫିଡ୍ ଅନ୍ୟ କାହା ପାଖରେ ପହଁଞ୍ଚିପାରେ ଆପଣଙ୍କ ବିନା ଅନୁମତିରେ। ଏହି ବିପଦକୁ ଦେଖି ଏବେ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି।
