ଏପ୍ରିଲରେ ରାଉରକେଲା ଆସିପାରନ୍ତି ରାଷ୍ଟ୍ରପତି

ଚଳିତ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଉରକେଲା ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସୂଚନା ଅଛି ।ତେବେ ରାଷ୍ଟ୍ରପତି ଜନଜାତି ସଂଗ୍ରହାଳୟ (ଟ୍ରାଇବାଲ ମ୍ୟୁଜିୟମ୍)ର ଉଦ୍‌ଘାଟନ କରିବେ । ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ହକି ଛକ ନିକଟରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ରାଉରକେଲା ୱାନ୍ ପ୍ରକଳ୍ପ ନିର୍ମାଣ କରାଯାଉଛି । ରାଉରକେଲା ୱାନ୍‌ରେ ଜନଜାତି ସଂଗ୍ରହାଳୟ ସମେତ ଆଇସିସିସି (ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର) ଓ ଅଡିଟୋରିୟମ୍ ପ୍ରସ୍ତୁତ ହୋଇଛି । ଇତିମଧ୍ୟରେ ଆଇସିସିସି କାର୍ଯ୍ୟକ୍ଷମ ହୋଇଯାଇଥିବା ବେଳେ ଜନଜାତି ସଂଗ୍ରହାଳୟ ଉଦ୍ଘାଟନ ଅପେକ୍ଷାରେ ରହିଛି । ତେବେ ରାଷ୍ଟ୍ରପତି ଜନଜାତି ସଂଗ୍ରହାଳୟ (ଟ୍ରାଇବାଲ ମ୍ୟୁଜିୟମ୍)ର ଉଦ୍‌ଘାଟନ କରିବେ । ତେବେ ରାଷ୍ଟ୍ରପତି କେଉଁ ତାରିଖରେ ଆସିବେ ତାହା ଧାର୍ଯ୍ୟ ହୋଇନାହିଁ ।

ଅଧିକ ପଢନ୍ତୁ