ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା

ସରକାର ୧ ଏପ୍ରିଲ୍, ୨୦୨୬ ଠାରୁ ଆୟକର ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିରେ ପୁରୁଣା ବ୍ୟବସ୍ଥାକୁ ହଟାଇ ନୂଆ ଇନକମ୍ ଟାକ୍ସ ଆକ୍ଟ ଲାଗୁ ହେବ। ଏଥିରେ ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନଙ୍କ ଦରମା ଏବଂ କମ୍ପାନୀରୁ ମିଳୁଥିବା ସୁବିଧା ଉପରେ କିପରି କର ଆଦାୟ ହେବ ତାହା ନିଶ୍ଚିତ କରିବ। ଡ୍ରାଫ୍ଟ ନିୟମରେ ଦରମା, ଘର, ଗାଡ଼ି ଏବଂ ଅନ୍ୟାନ୍ୟ ଭତ୍ତାର ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ଏକ ସ୍ଥିର ସୂତ୍ର ରହିଛି। ଅନ୍ୟପଟ ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ, ଟ୍ରାଞ୍ଜାକ୍ସନ ଚାର୍ଜ ଏବଂ କ୍ୟାସ ଆକ୍ସେସ ସମ୍ପର୍କିତ କିଛି ନୂଆ ନିୟମ ଲାଗୁ ହେବ। ବିଶେଷ କରି HDFC, PNB ଏବଂ ଜିଓ ପେମେଣ୍ଟସ ବ୍ୟାଙ୍କ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି।ଘରୋଇ କ୍ଷେତ୍ରର ବଡ଼ ବ୍ୟାଙ୍କ HDFC ସ୍ପଷ୍ଟ କରିଛି ଯେ, ଏବେ ATM ରୁ UPI ଜରିଆରେ କରାଯାଉଥିବା କ୍ୟାସ ଉଠାଣକୁ ମାସିକ ମାଗଣା ଟ୍ରାଞ୍ଜାକ୍ସନ ସୀମା (Free Transaction Limit) ମଧ୍ୟରେ ଗଣାଯିବ। ଯଦି ଜଣେ ଗ୍ରାହକ ନିଜର ମାସିକ ଫ୍ରି ଲିମିଟ ଅତିକ୍ରମ କରନ୍ତି, ତେବେ ପ୍ରତି ଟ୍ରାଞ୍ଜାକ୍ସନ ପିଛା ୨୩ ଟଙ୍କା (ସହିତ ଟ୍ୟାକ୍ସ) ଦେବାକୁ ପଡ଼ିବ। ବର୍ତ୍ତମାନ ଗ୍ରାହକଙ୍କୁ ନିଜ ବ୍ୟାଙ୍କ ATM ରେ ୫ଟି ମାଗଣା ଟ୍ରାଞ୍ଜାକ୍ସନ ମିଳୁଥିବା ବେଳେ ଅନ୍ୟ ବ୍ୟାଙ୍କ ATM ରେ ମେଟ୍ରୋ ସହର ପାଇଁ ୩ଟି ଏବଂ ଅଣ-ମେଟ୍ରୋ ସହର ପାଇଁ ୫ଟି ମାଗଣା ସୁବିଧା ରହିଛି।

ଅଧିକ ପଢନ୍ତୁ