ଏପ୍ରିଲ ୧୧ରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ।

ଏପ୍ରିଲ ୧୧ରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ । ସେଥିପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୧୦ ତାରିଖ ରାତିରେ ଭୁବନେଶ୍ୱର ପହଞ୍ଚିବେ ନଡ୍ଡା । ୧୧ରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବେ ।ଏହି ସରକାରୀ ସ୍ବାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଶ୍ରେଣୀ ଏବଂ ଅଭାବୀ ଲୋକଙ୍କୁ ଦିଆଯାଉଛି। ଏହା ମାଧ୍ୟମରେ ଜଣେ ମାଗଣା ସ୍ବାସ୍ଥ୍ୟ ସେବାର ଲାଭ ପାଇଥାନ୍ତି।୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ବୀମାର ଲାଭ ପାଇବାକୁ ହେଲେ ଲୋକଙ୍କ ପାଖରେ ଆୟୁଷ୍ମାନ କାର୍ଡ ଥିବା ଆବଶ୍ୟକ।

ଏହା ମାଧ୍ୟମରେ କାର୍ଡଧାରୀମାନେ ମାଗଣା ଚିକିତ୍ସା ପାଇପାରିବେ। ABHA କାର୍ଡ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ABDM) ଅଧୀନରେ ପରିଚାଳିତ, ଯାହା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ର ଏକ ଡିଜିଟାଲ୍ ସ୍ୱାସ୍ଥ୍ୟସେବା ପଦକ୍ଷେପ ।ଏଥିରେ ୭୦ ବର୍ଷରୁ ଅଧିକ ବୟସ୍କ ପାଇବେ ଚିକିତ୍ସା ସୁବିଧା । ୭୦ ବର୍ଷରୁ ଅଧିକ ବୟସ୍କ ଲୋକ ଥିଲେ ପରିବାର ପିଛା ସର୍ବାଧିକ ଚିକିତ୍ସା ସୁବିଧା ୧୫ ଲକ୍ଷ ଟଙ୍କା । ସମୁଦାୟ ୩.୫୨ କୋଟି ଲୋକ ହେବେ ଉପକୃତ ।ଆୟୁଷ୍ମାନ କାର୍ଡ ପାଇଁ ଆଧାର କାର୍ଡ, ରାଶନ କାର୍ଡ ଏବଂ ଠିକଣା ପ୍ରମାଣ ଆବଶ୍ୟକ। ଏସବୁ ବ୍ୟତୀତ ଆବେଦନକାରୀଙ୍କର ଏକ ସକ୍ରିୟ ଫୋନ ନମ୍ବର ମଧ୍ୟ ରହିବା ଆବଶ୍ୟକ। ଯଦି ଏହି ଚାରୋଟି ଡକ୍ୟୁମେଣ୍ଟ ମଧ୍ୟରୁ କୌଣସିଟି ନାହିଁ ତେବେ ଆବେଦନ ରଦ୍ଦ ହେବାର ଆଶଙ୍କା ରହିଛି। ନିକଟତମ ଜନ ସେବା କେନ୍ଦ୍ର ପରିଦର୍ଶନ କରି ଆୟୁଷ୍ମାନ କାର୍ଡ ପାଇଁ ଆବେଦନ କରାଯାଇ ପାରିବ।

ଅଧିକ ପଢନ୍ତୁ