ଦୂର ହେଲା ପାଞ୍ଜି ଦ୍ୱନ୍ଦ । ପାଞ୍ଜି ସମସ୍ୟା ନେଇ ବସିଥିବା ସମୀକ୍ଷା ବୈଠକ ଶେଷ ହୋଇଛି । ଆଉ ଏହି ବୈଠକରେ ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ପାଳିତ ହେବା ନେଇ ନିଷ୍ପତ୍ତି ହୋଇଛି । ଏପ୍ରିଲ ୧୩ ନା ୧୪ ତାରିଖରେ ପଣା ସଂକ୍ରାନ୍ତି ହେବ ତାହାକୁ ନେଇ ସଂଶୟ ଉପୁଜିଥିଲା। ଯେଉଁଥିପାଇଁ ସୋମବାର ପୁରୀରେ ପାଞ୍ଜି ବୈଠକ ବସିଥିଲା। ବୈଠକରେ ମୁକ୍ତି ମଣ୍ଡପ ପଣ୍ଡିତ ୧୪ ତାରିଖରେ ମହାବିଷୁବ ପଣା ସଂକ୍ରାନ୍ତି ପାଳନ କରିବାକୁ ମୋହର ମାରିଛନ୍ତି।ତେବେ ବଜାରରେ ମିଲୁଟିବା କିଛି ପାଞ୍ଜି ଅନୁଯାୟୀ ଏପ୍ରିଲ ୧୩ରେ ପଣା ସଂକ୍ରାନ୍ତି ବୋଲି ଉଲ୍ଲେଖ ରହିଛି । ହେଲେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସୀକୃତ ରାଧାରମଣ ପଞ୍ଜିକା ଏବଂ ଆଉ କିଛି ଗଣନାକାରି ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳନ କରାଯିବ ବୋଲି କହିଛନ୍ତି। ଯାହାକୁ ନେଇ ଲୋକମାନଙ୍କ ମନରେ ସଂଶୟ ଉପୁଜିଥିଲା।
ତେବେ ଏହି ବିଭାନ୍ତିଙ୍କ ଦୂର କରିବାକୁ ପୂର୍ବରୁ ପୁରୀରେ ଏକ ବୈଠକ ବସିଥିଲା । ହେଲେ ସେହି ବୈଠକରେ ପାଞ୍ଜି ଦ୍ୱନ୍ଦର ହୋଇପାରିନଥିଲା ସମାଧାନ । ଶେଷରେ ସୋମବାର ଦିନ ପୁଣି ଥରେ ବସିଥିଲା ପାଞ୍ଜି ବୈଠକ । ଯେଉଁଥିରେ ପଣା ସଂକ୍ରାନ୍ତି ପାଳନ ନେଇ ଚାଲିଥିବା ଦ୍ୱନ୍ଦର ଅନ୍ତ ହୋଇଛି । ପାଞ୍ଜିକାର ଏବଂ ଗଣନାକାରୀଙ୍କ ମତରେ ଏପ୍ରିଲ ୧୪ ତାରିଖରେ ପଣା ସଂକ୍ରାନ୍ତି ନେଇ ନିଷ୍ପତ୍ତି ହୋଇଛି । ୧୪ ତାରିଖରେ ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ପାଳିତ ହେବ ।