ଯାଜପୁରରୁ ଆରମ୍ଭ ହୋଇଥିବା ଏହି ଝାଡାବାନ୍ତି ସ୍ଥିତି ଧୀରେ ଧୀରେ ଅନେକ ଜିଲ୍ଲାରେ ଦେଖାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ଡାଇରିଆରେ ୨୧ ଜଣଙ୍କ ମୃତ୍ୟୁ ହେଲାଣି। ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସମୀକ୍ଷା ବୈଠକ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି, ସରକାର ଆକ୍ସନ ମୋଡ୍ରେ ଅଛନ୍ତି । ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଭିସି ମାଧ୍ୟମରେ ବୈଠକରେ ଉପସ୍ଥିତ ଥିଲେ । ସେଣ୍ଟ୍ରାଲ ଟିମ୍ ସହ ରାଜ୍ୟ ସରକାରଙ୍କ ଅଧିକାରୀ ଯାଜପୁର, ଭଦ୍ରକ, କଟକ ଜିଲ୍ଲାରେ ଉପସ୍ଥିତ ଅଛନ୍ତି । ସିଚ୍ୟୁଏସନ ଡିକ୍ଲାଇନ ମୋଡରେ ଅଛି । ସରକାର ଆକ୍ସନ ମୋଡ୍ରେ ଅଛନ୍ତି । ପାନୀୟ ଜଳର ଉତ୍ସ ଯାହା ଅଛି ହଟସ୍ପଟ ଏରିଆରେ ବୈଜ୍ଞାନିକ ପଦ୍ଧତିରେ ବିଶୋଧନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ପାନୀୟ ଜଳର ଉତ୍ସର ପାଣିକୁ ଦୁଇ ତିନି ଥରେ ପରୀକ୍ଷା କରିବା ପରେ ଯଦି ଡାଇରିଆ ଜୀବାଣୁ ଚିହ୍ନଟ ହେଉଛନ୍ତି ତେବେ ସେଥିରୁ ଯେମିତି କେହି ପାଣି ବ୍ୟବହାର ନକରିବେ ସେଥିପ୍ରତି ନଜର ରଖାଯାଇଛି ।
