ଏବେ ସିବିଏସ୍‌ଇ ସ୍କୁଲ୍‌ରେ ସିସିଟିଭି ବାଧ୍ୟତାମୂଳକ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନିୟମାବଳୀ ଜାରି କରାଯାଇଛି। ନିର୍ଦେଶାବଳୀ ଅନୁସାରେ, ସିବିଏସ୍‌ଇ ଅନୁବନ୍ଧିତ ସମସ୍ତ ବିଦ୍ୟାଳୟରେ ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ସ୍ଥାପନ ବାଧ୍ୟତାମୂଳକ କରାଯିବ। ଏଥିରେ ରିଅଲ-ଟାଇମ ଅଡିଓ-ଭିଜୁଆଲ ରେକର୍ଡିଂ କ୍ଷମତା ରହିବ। ଏହି ନିୟମ ବିଦ୍ୟାଳୟ ପରିସରରେ ନିରାପତ୍ତା ବିଶେଷ କରି ଅନୁପ୍ରବେଶକାରୀଙ୍କ ବିପଦକୁ ରୋକିବା ପାଇଁ ଲକ୍ଷ୍ୟ ରଖିଛି।ସିସିଟିଭି କ୍ୟାମେରାଗୁଡ଼ିକ ଜରିଆରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ରିଅଲ୍‌-ଟାଇମ୍‌ ଅଡିଓ-ଭିଜୁଆଲ ରେକର୍ଡିଂ ରହିବ। ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର, ଲବି ଓ କରିଡର, ଶିଡି, ଶ୍ରେଣୀଗୃହ, ଲାଇବ୍ରେରି, ଲାବରେଟୋରି, କ୍ୟାଣ୍ଟିନ୍‌, ଷ୍ଟୋର ରୁମ୍‌, ଖେଳପଡ଼ିଆ ଏବଂ ଅନ୍ୟ କମନ୍‌ ଏରିଆରେ ସିସିଟିଭି କ୍ୟାମେରା ରହିବା ଜରୁରୀ। ତେବେ ଟଏଲେଟ୍‌, ଓ୍ବାଶ୍‌ରୁମ୍‌ ଭଳି ସ୍ଥାନକୁ ଏଥିରୁ ବାଦ୍‌ ଦିଆଯାଇଛି। ପ୍ରତ୍ୟେକ ସିସିଟିଭି ସିଷ୍ଟମ୍‌ରେ ଅନୂ୍ୟନ ୧୫ ଦିନ ଧରି ଫୁଟେଜ୍‌ ମହଜୁଦ ରହିବା

ଅଧିକ ପଢନ୍ତୁ

kc ads