ଏବେ ହାଇକୋର୍ଟର ସବୁ ବିଚାରପତି ପାଇବେ ପୂର୍ଣ୍ଣ ପେନ୍‌ସନ୍‌

ହାଇକୋର୍ଟର ସମସ୍ତ ବିଚାରପତି ପାଇବେ ପୂର୍ଣ୍ଣ ପେନସନ । ଏ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଆସିଛି । ସମସ୍ତ ହାଇକୋର୍ଟର ବିଚାରପତି ପୂର୍ଣ୍ଣ ପେନସନ ପାଇବାକୁ ହକଦାର ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଏନେଇ CJIଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ପୂର୍ଣ୍ଣ ପେନ୍‌ସନ୍‌ ମିଳିବ। ଏଥିସହିତ ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ ବି ପୂର୍ଣ୍ଣ ପେନ୍‌ସନ୍‌ ପାଇବେ। ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ପେନ୍‌ସନ୍‌ ପାର୍ଥକ୍ୟ ମନା ରହିଛି।ସମ୍ବିଧାନର ଧାରା ୧୪ ଅନୁଯାୟୀ, ସମାନତାର ଅଧିକାର ଉଲ୍ଲଂଘନ ହେବ ବୋଲି ମୁଖ୍ୟ ବିଚାରପତି ବି ଆର ଗଭାଇ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ଖ୍ରୀଷ୍ଟଙ୍କ ଖଣ୍ଡପୀଠ କହିଛନ୍ତି ।

ଖଣ୍ଡପୀଠ କହିଛନ୍ତି ଯେ, ସମସ୍ତଙ୍କୁ କେବେ ନିଯୁକ୍ତି ଦିଆଯାଇଥିଲା ଏବଂ ସେମାନେ ଅତିରିକ୍ତ ବିଚାରପତି ଭାବରେ ଅବସର ନେଇଥିଲେ କି ପରେ ସ୍ଥାୟୀ ହୋଇଥିଲେ ତାହା ନିର୍ବିଶେଷରେ ପୂର୍ଣ୍ଣ ପେନସନ ଦିଆଯିବ । ନିଯୁକ୍ତି କିମ୍ବା ପଦବୀର ସମୟ ଆଧାରରେ ବିଚାରପତିଙ୍କ ମଧ୍ୟରେ ପାତରଅନ୍ତର କରିବା ଏହି ମୌଳିକ ଅଧିକାରର ଉଲ୍ଲଂଘନ ହେବ । ସମ୍ବିଧାନର ଧାରା ୨୦୦ ଯାଞ୍ଚ କରାଯାଇଛି ଯାହା ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିମାନଙ୍କୁ ଦେୟ ପେନସନ ସହିତ ଜଡିତ ।

ଅଧିକ ପଢନ୍ତୁ

kc ads