ଏବେ ହୋମ୍‌ ଲୋନଠୁ କାର୍ ଲୋନ ଯାଏଁ ସବୁ ହେଲା ଶସ୍ତା

ଦେଶର ବ୍ୟାଙ୍କିଙ୍ଗ ନିୟାମକ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ଦେଶର କୋଟି କୋଟି ଲୋକଙ୍କୁ ଋଣ EMI ରେ ଆଶ୍ୱସ୍ତି ଦେଇଛି। ଆରବିଆଇର ଏମପିସି ଲଗାତାର ଦ୍ୱିତୀୟ ଥର ପାଇଁ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଯାହା ପରେ ରେପୋ ହାର ୬.୨୫ ପ୍ରତିଶତରୁ ହ୍ରାସ ପାଇ ୬ ପ୍ରତିଶତ ହୋଇଛି। ରେପୋ ରେଟ୍‌ ହ୍ରାସ ପାଇବା ସିଧା ସଳଖ ପ୍ରଭାବ ଆପଣଙ୍କ ଲୋନ୍‌ ଉପରେ ପଡ଼ିବ । ହୋମ୍‌ ଲୋନ୍‌, ପର୍ସନାଲ୍‌ ଲୋନ୍‌ ଓ କାର୍‌ ଲୋନ୍‌ ଇଏମ୍‌ଆଇ ଶସ୍ତା ହେବ । ଯାହାଫଳରେ ଗ୍ରାହକଙ୍କୁ ମଧ୍ୟ କମ ସୁଧ ଦେବାକୁ ପଡ଼ିବ ।

ରେପୋ ରେଟ୍ ହ୍ରାସ ହୋଇଥିବା ନେଇ ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଦିନ ୧୦ଟାରେ ଘୋଷଣା କରିଥିଲେ । ଏହାପୂର୍ବରୁ ଗତ ଫେବ୍ରୁଆରୀ ମାସରେ ବି ରେପୋ ରେଟ୍‌ ହ୍ରାସ କରିଥିଲା ଆର୍‌ବିଆଇ ।୨୦୨୫ ମସିହାରେ ଏହା ଲଗାତାର ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ବଡ଼ ଆଶ୍ୱସ୍ତି ଦେଇଛି। ପୂର୍ବରୁ ଫେବୃଆରୀରେ ଅନୁଷ୍ଠିତ ବୈଠକରେ ରେପୋ ହାର ୦.୨୫ ପ୍ରତିଶତ ହ୍ରାସ କରାଯାଇଥିଲା, ଯାହା ପରେ ଏହା ୬.୨୫ ପ୍ରତିଶତକୁ ହ୍ରାସ ପାଇଥିଲା।

ଅଧିକ ପଢନ୍ତୁ

Odisha Darpan Digital