ଏବେ SC/ST ମାମଲାର ତଦନ୍ତ କରିବେ ଇନ୍ସପେକ୍ଟର ଓ SI

ଇନ୍ସପେକ୍ଟର ଓ ଏସଆଇଙ୍କ କ୍ଷମତା ବଢାଇଲେ ସରକାର । ଏଣିକି ଏସସି/ ଏସଟି ମାମଲାର ତଦନ୍ତ କରିପାରିବେ । ତଦନ୍ତ ସହ ଗିରଫ ଓ ସ୍ୱତନ୍ତ୍ର ଅଦାଲତରେ ମାମଲା କରିପାରିବେ । ପୂର୍ୱରୁ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା । ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି ।ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ୧୯୮୯ର ପ୍ରବର୍ତ୍ତନକୁ ସୁଦୃଢ଼ ​​କରିବା ପାଇଁ, ଓଡ଼ିଶା ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଉଲ୍ଲେଖ ଅଛି ପୁଲିସ ଇନ୍ସପେକ୍ଟର ଏବଂ ସବ-ଇନ୍ସପେକ୍ଟରମାନଙ୍କୁ ଏହି ଆଇନ ଅନୁଯାୟୀ ଗିରଫ, ତଦନ୍ତ ଏବଂ ମାମଲା ରୁଜୁ କରିବା ପାଇଁ କ୍ଷମତା ପ୍ରଦାନ କରାଯାଉଛି ।ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ବିରୁଦ୍ଧରେ ଅତ୍ୟାଚାର ସହିତ ଜଡିତ ମାମଲାରେ ପ୍ରତିକ୍ରିୟାଶୀଳ ବ୍ୟବସ୍ଥାକୂ ସୁଦୃଢ଼ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିବା ହେଉଛି ଏହି ନିଷ୍ପତ୍ତିର ଲକ୍ଷ୍ୟ।

ଅଧିକ ପଢନ୍ତୁ