ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ସୂଚନା ଦେଇ ସେ କହିଛନ୍ତି ଯେ ଏସ୍ଓପି ଆସିଲା ପରେ ରତ୍ନଭଣ୍ଡାର ଗଣତିମଣତି ହେବ ।କିଛି ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ନିବାସରେ ଚାରିଚକିଆ ଯାନ ପାଇଁ ପାର୍କିଂ ଫି ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପୂର୍ବରୁ ଧାର୍ଯ୍ୟ ହୋଇଥିବା ଫିରେ ବୃଦ୍ଧି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯାହାକୁ ଚାରିଆଡେ ବିବାଦ ଦେଖାଦେଇଥିଲା । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଷ୍ପତ୍ତିରୁ ଓହରିନଥିଲା। ଏପିରିକି ପାର୍କିଂ ଫି ବୃଦ୍ଧି ନିଷ୍ପତ୍ତିରୁ ପ୍ରଶାସନ ଓହରିବ ନାହିଁ ବୋଲି ରୋକଠୋକ୍ କହିଥିଲା ପ୍ରଶାସନ। ଶେଷରେ ଏବେ ନିଜ ନିଷ୍ପତ୍ତିରୁ ଓହରିଛି ଶ୍ରୀମନ୍ଦିର ପ୍ରଶାସନ । ପାର୍କିଂ ଫି ଦିନକୁ ୫ଶହ ଟଙ୍କା ବଦଳରେ ୨୪୦ ଟଙ୍କା ରଖାଯିବ । ଏହି ନିୟମ ଆସନ୍ତାକାଲି (୧୭ ଜାନୁଆରୀ) ଠାରୁ ଲାଗୁ କରାଯିବ ।ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଶ୍ରୀମନ୍ଦିର ଉପପ୍ରଶାସକ, ଏସ୍ପି, କମିଟି ସଦସ୍ୟ ଉପସ୍ଥିତ ଥିଲେ ।
