ଏମପକ୍ସର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରସ୍ତୁତି

ଏମପକ୍ସର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରସ୍ତୁତି। ଏହାକୁ ବୈଶ୍ୱିକ ସ୍ୱାସ୍ଥ୍ୟସଙ୍କଟ ଘୋଷଣା କରାଯିବା ସହ ମୁକାବିଲା ପାଇଁ ସର୍ତକତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଆଫ୍ରିକୀୟ ରାଷ୍ଟ୍ରଗୁଡିକରେ ଏମପକ୍ସ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ ବିଶ୍ବବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି। କଙ୍ଗୋରେ ୧୫,୬୦୦ ସଂକ୍ରମିତ ହୋଇଥିବାବେଳେ ୫୩୭ଜଣ ପ୍ରାଣ ହରାଇଲେଣି। ଏହା କରୋନା ଭୂତାଣୁ ଭଳି ଦ୍ବିତୀୟ ମହାମାରୀର ରୂପ ନେବ ବୋଲି ଚେତାବନୀ ଦିଆଯାଇଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ବୈଶ୍ବିକ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ଘୋଷଣା କରିଛି। କୁଣ୍ଡେଇ ହେବା ଏମ୍‌ପକ୍ସର ଏକ ଲକ୍ଷଣ ହୋଇଥିବାରୁ ଏଭଳି ରୋଗୀଙ୍କୁ ଚିହ୍ନଟ କରିବା ଏବଂ ସମ୍ଭାବ୍ୟ ରୋଗୀଙ୍କ ପାଇଁ ଆଇସୋଲେଶନ ଓ୍ବାର୍ଡ ପ୍ରସ୍ତୁତ ରଖିବାକୁ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏମ୍ସପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଗଲେ ରୋଗୀଙ୍କର ଆର୍‌ଟି-ପିସିଆର୍‌ ପରୀକ୍ଷା ଏବଂ ସ୍ବାବ ପରୀକ୍ଷା କରାଯାଇ ଏହା ଚିହ୍ନଟ କରାଯିବ। ଦିଲ୍ଲୀର ସଫଦରଜଙ୍ଗ୍, ଲେଡି ହର୍ଡିଙ୍ଗ ମେଡ଼ିକାଲ କଲେଜ ଓ ରାମମନୋହର ଲୋହିଆ ହସ୍ପିଟାଲକୁ ନୋଡାଲ ହସ୍ପିଟାଲରେ ପରିଣତ କରାଯାଇଛି। ରୋଗୀ ମାନଙ୍କର ଆରଟିପିସିଆର ଓ ସ୍ୱାବ୍ ଟେଷ୍ଟ କରାଯାଉଛି। ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବି ଏମପକ୍ସ ମାମଲା ଚିହ୍ନଟ ହୋଇନଥିବା ବେଳେ ନିକଟରେ ପଡୋଶୀ ଦେଶ ପାକିସ୍ତାନରେ ୩ଟି ମାମଲା ଚିହ୍ନଟ ହୋଇଛି।

ଅଧିକ ପଢନ୍ତୁ

Odisha Darpan Digital