ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଶେଷ । କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ । ଭୋର ୪ଟାରୁ ଫିଟିବ ଦ୍ବାର । ସେପଟେ ଏମାର ମଠରୁ ମିଳିଥିବା ସମସ୍ତ ରୂପା ଇଟା ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଆଣିବା ପାଇଁ ଛତିଶା ନିଯୋଗ ପକ୍ଷରୁ ଦିଆଗଲା ପ୍ରସ୍ତାବ । କାର୍ତ୍ତିକ ମାସପରେ ନାଟମଣ୍ଡପରେ ଧାଡି ଦର୍ଶନ କରାଯିବ । ନୀତି ପାଇଁ କାର୍ତ୍ତିକ ମାସ ପରେ ହେବ । ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ଉପରେ ଆଲୋଚନା ।ପରମ୍ପରା କ୍ଷୁର୍ଣ୍ଣ ହେବନାହିଁ । ଖୁବଶୀଘ୍ର ଦିବ୍ୟାଙ୍ଗ ଦର୍ଶନ ପାଇଁ ଏସଓପି । ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରସଙ୍ଗ ଆଲୋଚନା । ହବିଷ୍ୟାଳି ବ୍ରତଧାରୀଙ୍କ ପାଇଁ ଆଲୋଚନା ହୋଇଛି । ମୋବାଇଲ ଫୋନ୍ ଶ୍ରୀମନ୍ଦିର ଭିତରେ ବ୍ୟବହାର ଉପରେ କଟକଣା । ଖୁବଶୀଘ୍ର ଗୋଟିଏ ଗାଇଡଲାଇନ୍ ଆସିବ ।
ପ୍ରାଥମିକ ପର୍ଯ୍ୟାୟରେ ଜେଟିପି ମାନଙ୍କ ପାଇଁ କଟକଣା ପରେ ସେବକଙ୍କ ପାଇଁ ଲାଗୁ ହେବ ମୋବାଇଲ କଟକଣା । ପ୍ରତ୍ୟକ ବୁଧବାର ଏକ ସମନ୍ୱୟ କମିଟି ହେବ । ମହାପ୍ରଭୁଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେଉଥିବା ଅଳଙ୍କାରର ଆଉ ଏକ ସେଟ୍ ନିର୍ମାଣ ପାଇଁ ଦିଆଗଲା ପ୍ରସ୍ତାବ । ବୈଠକ ଶେଷ ହେବା ପରେ ଛତିଶା ନିଯୋଗ ପ୍ରତିନିଧି ସୂଚନା ଦେଇଛନ୍ତି ।