ଏମ୍ସରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି

ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟବର୍ଷରେ ଅଧ୍ୟୟନରତା ଜଣେ ଛାତ୍ରୀ ଆତ୍ମାହୁତି ଦେଇଛନ୍ତି। ଏହି ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ଏବେ ଏମ୍ସରେ ଚିକିତ୍ସାଧିନ ଅଛନ୍ତି। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମ୍ସ ଯାଇ ଗୁରୁତର ଛାତ୍ରୀଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବର୍ଣ୍ଣ ୟୁନିଟରେ ପୀଡ଼ିତାଙ୍କୁ ସାକ୍ଷାତ କରିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।ତେବେ ପୀଡ଼ିତାଙ୍କ ପରିବାରକୁ ଭେଟିବା ସମୟରେ ରାଷ୍ଟ୍ରପତି ଭାବବିହ୍ବଳ ହୋଇପଡ଼ିଥିଲେ। ପରିବାର ଲୋକଙ୍କୁ ସାନ୍ତ୍ବନା ଦେଇ ଭଗବାନଙ୍କୁ ପ୍ରାର୍ଥନା କରିବାକୁ କହିଥିଲେ ରାଷ୍ଟ୍ରପତି । ଏହା ସହ ପୀଡ଼ିତା ଯେପରି ଶୀଘ୍ର ସୁସ୍ଥ ହେବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଆଶ୍ବସନା ଦେବା ସହ ଘଟଣାରେ ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି। ଯଦି ଆବଶ୍ୟକ ହୁଏ ତେବେ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ଏବଂ ତାହାର ମଧ୍ୟ ସୁବନ୍ଦୋବସ୍ତ କରିବାକୁ ଭରସା ଦେଇଥିବା ନେଇ କହିଛନ୍ତି ପୀଡ଼ିତା ଛାତ୍ରୀଙ୍କ ଭାଇ।

ଅଧିକ ପଢନ୍ତୁ

Odisha Darpan Digital