ଏମ୍ସ ଭୁବନେଶ୍ୱରରେ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦଘାଟିତ

ଏମ୍‌ସ ଭୁବନେଶ୍ୱରରେ ପୂର୍ବ ଭାରତରେ ପ୍ରଥମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦ୍‌ଘାଟିତ ହୋଇଯାଇଛି। ନୂତନ ଭାବେ ପ୍ରତିଷ୍ଠିତ ଏହି ଲ୍ୟାବ୍‌ରେ ପ୍ରୋ‌ଷ୍ଥେଟିକ୍‌ ଏବଂ ଅର୍ଥୋଟିକ୍ ସେବା, ଅକୁପେସନାଲ୍‌ ଚିକିତ୍ସା, ଫିଜିଓଥେରାପି ୟୁନିଟ୍ ସମେତ ଅନ୍ୟାନ୍ୟ ଏକାଧିକ ଆନୁସଙ୍ଗିକ ସେବା ଉପଲବ୍ଧ ହେବ। ଏହି ସମସ୍ତ ସୁବିଧାଗୁଡ଼ିକର ଏକୀକରଣ ଦ୍ୱାରା ସାମଗ୍ରୀକ ରୋଗୀ ସେବା କ୍ଷେତ୍ରରେ ପିଏମଆର୍‌ ବିଭାଗ ଆହୁରି ଅଧିକ ଦୃଢ଼ ହେବ। ଏହି ଲ୍ୟାବ୍‌ ଏମ୍ସ ଭୁବନେଶ୍ୱରକୁ ଚିକିତ୍ସା ନିମନ୍ତେ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ପ୍ରକାରର ଉଚ୍ଚମାନର ବ୍ୟକ୍ତିଗତ ପୁନର୍ବାସ ସେବା ଯୋଗାଇବାରେ ସକ୍ଷମ ହେବ ।

ଲୋକୋମୋଟର ଅକ୍ଷମତା, ମାଂସପେଶୀ-ସ୍କେଲେଟାଲ୍ ଅବସ୍ଥା ଏବଂ କ୍ରୀଡ଼ା ଆଘାତଜନୀତ ଚିକିତ୍ସା ଓ ପୁନର୍ବାସ କ୍ଷେତ୍ରରେ ବିଶେଷ ଉନ୍ନତି ଆଣିବ |ଏହି ଉନ୍ନତ ଜ୍ଞାନକୌଶଳଯୁକ୍ତ ଲ୍ୟାବ୍‌ ଶରୀରର ଗଣ୍ଠି ଉପରେ ରିଅଲ୍ ଟାଇମ୍ ବାୟୋମେକାନିକାଲ୍ ତଥ୍ୟ ପ୍ରଦାନ କରିବା ସହିତ ମେରୁଦଣ୍ଡ ବିକୃତିର ମୂଲ୍ୟାଙ୍କନ ଏବଂ ସଠିକ୍‌ ପରିମାଣ ବାବଦ‌ରେ ସର୍ବାତ୍ତମ ସୂଚନା ପ୍ରଦାନ କରିଥାଏ। ଷ୍ଟ୍ରୋକ୍, ସ୍କୋଲିଓସିସ୍, ବେକ ଏବଂ କମର ଯନ୍ତ୍ରଣା, ପୋଲିଓ ପରବର୍ତ୍ତୀ ଅବଶିଷ୍ଟ ପକ୍ଷାଘାତ, ମାୟୋପାଥି ଏବଂ ନ୍ୟୁରୋପାଥି ପରି ଅବସ୍ଥାର ପରିଚାଳନା ପାଇଁ ଏହା ବିଶେଷ ଲାଭଦାୟକ ଅଟେ।

ଅଧିକ ପଢନ୍ତୁ

kc ads