ଓଡ଼ିଶାରେ ମହିଳାଙ୍କ ବିରୋଧରେ ବଢିଚାଲିଥିବା ହିଂସା ଘଟଣା ମଧ୍ୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (ଏମ୍ସ), ଭୁବନେଶ୍ୱରରେ ଜଣେ ମହିଳା କର୍ମଚାରୀ ନର୍ସିଂ ଅଫିସର ନାନୁ ରାମ ଚୌଧୁରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି।ଏନେଇ ଉକ୍ତ ନର୍ସିଙ୍ଗ ଆଟେଣ୍ଟଡାଣ୍ଟ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ହେଲେ ଏବେ ଯାଏ ପୋଲିସ ଚୁପ୍ ବସିଥିବାରୁ ଏନେଇ ଏମ୍ସ ପରିସରେ ହସ୍ପିଟାଲ୍ ଆଟେଣ୍ଟଡାଣ୍ଟମାନେ ଧାରଣାରେ ବସିଛନ୍ତି । ଟଙ୍କା ନେଇ ଝିଅକୁ ଚୁପ୍ କରିବା ପାଈଁ ଚାପ ପଡୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଖଣ୍ଡଗିରି ଆଇଆଇସି ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ସୁଝା କରୁଛନ୍ତି ।ଏହି ଘଟଣା ଓଡ଼ିଶାରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଅପରାଧର ଶୃଙ୍ଖଳା ମଧ୍ୟରେ ସାମ୍ନାକୁ ଆସିଛି। ଗୋପାଳପୁର ବେଳାଭୂମିରେ ମହିଳାଙ୍କ ଗଣବଳାତ୍କାର, ବାଲେଶ୍ୱରରେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବି.ଏଡ୍ ଛାତ୍ରୀଙ୍କ ଆତ୍ମହତ୍ୟା ଓ ପୁରୀର ବାଲଙ୍ଗାରେ ନାବାଳିକାଙ୍କୁ ପୋଡ଼ି ହତ୍ୟା ଘଟଣା ପରେ ଏହି ଅଭିଯୋଗ ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।
