ଡିସେମ୍ବର ୨୫ ରେ ସୁଭଦ୍ରା ଯୋଜନା ଟଙ୍କା ଦେବେ ସରକାର । ପ୍ରଥମ ପର୍ଯ୍ୟାୟ ଚତୁର୍ଥ କିସ୍ତିର ସୁଭଦ୍ରା ଟଙ୍କା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଯେଉଁ ଆବେଦନକାରୀଙ୍କର ଆବେଦନ ଗ୍ରହଣୀୟ ହୋଇପାରି ନାହିଁ, ସେନେଇ ଯାଞ୍ଚ ଚାଲିଛି ବୋଲି ସୂଚନା ମିଳିଛି । ଆସନ୍ତା ୬ ସୁଦ୍ଧା ଯୋଗ୍ୟ ଓ ଅଯୋଗ୍ୟ ତାଲିକା ପ୍ରକାଶ ପାଇବ । ସପ୍ତାହକ ପର୍ଯ୍ୟନ୍ତ ଏନେଇ ଆପତ୍ତି ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ । ଅପରପକ୍ଷରେ ଏଯାବତ୍ ୧୮୭୩୫ ହିତାଧିକାରୀ ଯୋଜନାରେ ସାମିଲ୍ ହେବାକୁ ନିଜ ଆଡୁ ମନା କରିଦେଇଛନ୍ତି ।
ଅଦ୍ୟାବଧି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଥିବା ହିତାଧିକାରୀଙ୍କ ମଧ୍ୟରୁ ଆବେଦନକାରୀ ଏବଂ ଅଣ-ଏନଏଫଏସଏ ଆବେଦନକାରୀଙ୍କୁ ମିଶାଇ ମୋଟ ୮,୪୩,୮୩୯ ସଂଖ୍ୟକ ଆବେଦନକାରୀଙ୍କୁ ସୁଭଦ୍ରା ଅର୍ଥ ସେମାନଙ୍କର ଆକାଉଣ୍ଟକୁ ଯିବାପାଇଁ ଏପର୍ଯ୍ୟନ୍ତ ସେମାନଙ୍କର ଇ-କେୱାଇସି ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ରହିଛି । ଯେଉଁମାନେ ଓଟିପି ଆଧାରିତ ଆବେଦନ ଦାଖଲ କରିଛନ୍ତି, ସେମାନଙ୍କ ପାଇଁ ମଧ୍ୟ ବାୟୋମେଟ୍ରିକ୍ ଇ-କେୱାଇସି କରିବାକୁ ପଡ଼ିବ । ଡିସେମ୍ବର ୧ ସୁଦ୍ଧା ସୁଭଦ୍ରାରେ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନ ଗ୍ରହଣ ହୋଇଛି ।