ଏଲନ୍ ମସ୍କ ନେଲେ ବଡ଼ ନିଷ୍ପତ୍ତି,ଟ୍ରମ୍ପ ସରକାରରୁ ଇସ୍ତଫା ଦେଲେ ମସ୍କ

ଆମେରିକା ସରକାରରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏଲନ ମସ୍କ । ଟ୍ରମ୍ପ ସରକାରରେ ଡିଓଜିଇ ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳୁଥିବା ମସ୍କ ଅଚାନକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ମସ୍କ ।ଟ୍ରମ୍ପ ପ୍ରଶାସନରେ ତାଙ୍କର ସ୍ୱତନ୍ତ୍ର ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟକାଳ ସମାପ୍ତ ହେବା ଘୋଷଣା କରିଛନ୍ତି ମସ୍କ। ଟ୍ରମ୍ପ ପ୍ରଶାସନରେ ସେ ସରକାରୀ ଦକ୍ଷତା ବିଭାଗ ସହ ଜଡ଼ିତ ଥିଲେ। ସେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅଯଥା ସରକାରୀ ଖର୍ଚ୍ଚ ହ୍ରାସ କରିବା ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।ମସ୍କଙ୍କ ଏହି ଇସ୍ତଫା ତାଙ୍କ ରାଜନୈତିକ ସକ୍ରିୟତାରୁ ଦୂରେଇ ରହି ନିଜ ବ୍ୟବସାୟ, ବିଶେଷତଃ ଟେସଲା ଉପରେ ଅଧିକ ଧ୍ୟାନ ଦେବାର ନିଷ୍ପତ୍ତିକୁ ସୂଚାଉଛି। ଟେସଲା ନିକଟରେ ୭୧ ପ୍ରତିଶତ ଲାଭରେ ହ୍ରାସ ଦେଖିଛି, ଯାହା ମସ୍କଙ୍କ ଏହି ନିଷ୍ପତ୍ତିରେ ପ୍ରଭାବ ପକାଇଥାଇପାରେ।

ଅଧିକ ପଢନ୍ତୁ

kc ads