ଆଜିଠାରୁ ଦେଶବ୍ୟାପୀ କମର୍ସିଆଲ ଗ୍ୟାସ ଦର କମିଛି। ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ କରିଛନ୍ତି। ଦିଲ୍ଲୀରେ ୪୧ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ଦର। ଆଜିଠାରୁ ନୂତନ ଗ୍ୟାସ ଦର ୧୭୬୨ ଟଙ୍କା ଲାଗୁ।ବିଶ୍ୱ ଅଶୋଧିତ ତୈଳ ଦରରେ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଆର୍ଥିକ କାରଣ ଦ୍ୱାରା ପ୍ରଭାବିତ ହୋଇ ଏଲପିଜି ମୂଲ୍ୟ ନିୟମିତ ଭାବରେ ସଂଶୋଧନ କରାଯାଏ। ବାଣିଜ୍ୟିକ ଏଲପିଜି ଦରରେ ବାରମ୍ବାର ସଂଶୋଧନ ଦେଖାଯାଇଥିବା ବେଳେ, ଘରୋଇ ରୋଷେଇ ପାଇଁ ବ୍ୟବହୃତ ଘରୋଇ ଏଲପିଜି ମୂଲ୍ୟ ଏହି ସଂଶୋଧନରେ ଅପରିବର୍ତ୍ତିତ ରହିଛି
