ଏଲ୍ପିଜି ସିଲିଣ୍ଡର ଦାମରେ ବୃଦ୍ଧି ଘଟିଛି । ଅଓଲ୍ ମାର୍କେଟିଂ କମ୍ପାନୀଙ୍କ ପକ୍ଷରୁ ଫେବୃଆରୀ ପହିଲା ମାନେ ଆଜିଠାରୁ ଏହି ଦର ଲାଗୁ କରାଯାଉଛି ।ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ସମାନ ରହିଛି।ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ କମ୍ପାନୀଗୁଡିକ ଘରୋଇ ଓ ବ୍ୟବସାୟିକ ଗ୍ୟାସର ମୂଲ୍ୟ ବୃଦ୍ଧି କରନ୍ତି । ଚଳିତ ଥର ବ୍ୟବସାୟିକ ଗ୍ୟାସର ମୂଲ୍ୟ ୧୪ ଟଙ୍କା ବୃଦ୍ଧି କରାଯାଇଛି। ମୂଲ୍ୟ ବୃଦ୍ଧି ପରେ, ଗୁରୁବାରଠାରୁ ବାଣିଜି୍ୟକ ସିଲିଣ୍ଡର ଦିଲ୍ଲୀରେ ୧୭୫୫.୫୦ ଟଙ୍କା ବଦଳରେ ୧୭୬୯.୫୦ ଟଙ୍କାରେ ଉପଲବ୍ଧ ହେବ।
ମୁମ୍ବାଇରେ ବାଣିଜି୍ୟକ ଗ୍ୟାସ ସିଲିଣ୍ଡର ୧୭୦୮.୫୦ ବଦଳରେ ୧୭୨୩.୫୦ ଟଙ୍କା, କୋଲକାତାରେ ୧୮୬୯ ଟଙ୍କା ବଦଳରେ ୧୮୮୭ ଟଙ୍କା ଏବଂ ଚେନ୍ନାଇରେ ୧୯୨୪.୫୦ ଟଙ୍କା ବଦଳରେ ୧୯୩୭ ଟଙ୍କାରେ ଉପଲବ୍ଧ ହେବ।