ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇର ତନାଘନା । ଜେଲ୍ ଗଲା ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ । ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ପରେ ଜେଲ୍ ଗଲା ବିରଞ୍ଚି । ୪ ଦିନିଆ ରିମାଣ୍ଡ ପରେ କୋର୍ଟରେ ହାଜର କରିଥିଲା ସିବିଆଇ । ରିମାଣ୍ଡ ଆବେଦନ ନହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଗଲା । ୪ ଦିନିଆ ରିମାଣ୍ଡ ବେଳେ ବିରଞ୍ଚିଠୁ ତଥ୍ୟ ହାସଲ କରିଛି ସିବିଆଇ ।ବିରଞ୍ଚି ଲିଙ୍କରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଦଲାଲ ନିମାଇଁ ସାହୁ ଓ ssb ଯବାନ ଅର୍ଜୁନ ନାୟକକୁ ରିମାଣ୍ଡରେ ନେଇ ଏବେବି ଘାଣ୍ଟୁଛି ସିବିଆଇ । ଆଜି ମେଡିକାଲ ଯାଞ୍ଚ ପରେ, ଏହି ଦୁଇ ଦଲାଲ ନିମାଇଁ ଓ ଅର୍ଜୁନକୁ ପୁଣିଥରେ ସିବିଆଈ ଅଫିସରେ ଘନ ଘନ ଜେରା ଚାଲିଛି ।
ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ଛାନଭିନ୍ ଜାରି ରହିଛି । ଆଉ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସିବିଆଇ ।
