ଏସଆଇ ପରୀକ୍ଷା ଘୋଟାଲା ମାମଲା; ଶଙ୍କର ପୃଷ୍ଟିର ହେବ ଲାଏ ଡିଟେକ୍ସନ ଟେଷ୍ଟ

ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ସେମାନେ କେହି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି । ଯାହାକୁ ନେଇ ଏବେ ସେମାନଙ୍କର ଲାଏ ଡିଟେକ୍ସନ୍‌ ଟେଷ୍ଟ ବା ମିଛ ଧରା ପରୀକ୍ଷା କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।ଶଙ୍କର ପୃଷ୍ଟି ଓ ଦଲାଲ ଅରବିନ୍ଦ ଦାସକୁ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଛି କ୍ରାଇମବ୍ରାଞ୍ଚ ।ସୂଚନାଯୋଗ୍ୟ, ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ କିଛି ଦିନ ତଳେ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ସେ ଦୁବାଇ ପଳାଇ ଯିବାର ଯୋଜନା ରଖିଥିବାବେଳେ, କ୍ରାଇମବ୍ରାଞ୍ଚ ହାତରେ ଧରାପଡିଥିଲା । ଧରାପଡିଯିବା ପରେ ସେ ନିଜକୁ ନିର୍ଦ୍ଦୋଶ କହିବା ସହ ପରେ ଏଥିରେ ପୂର୍ବ ସରକାରଙ୍କ ହାତ ଥିବା କହିଥିଲା ଶଙ୍କର ।

ଅଧିକ ପଢନ୍ତୁ