ପୁଲିସ ଏସଆଇ ନିଯୁକ୍ତି ସ୍କାମର ବଡ଼ ଅପଡେଟ୍। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତ ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ। ଭୁବନେଶ୍ଵର ସ୍ଥିତ ସିବିଆଇ ଶାଖା ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଟିମରେ ଅଛନ୍ତି ୧୨ରୁ ଅଧିକ ସିବିଆଇ ଅଧିକାରୀ। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଗଠନ ହେଲା ସିବିଆଇ ଟିମ । ୩ ଜଣ ଡିଏସପି, ୪ ଜଣ ଇନସପେକ୍ଟର ଏଥିରେ ସାମିଲ ହେବେ । କ୍ରାଇମବ୍ରାଞ୍ଚକୁ ମାମଲାର ସବୁ ଦସ୍ତାବିଜ ମାଗିଲା ସିବିଆଇ । ପୂର୍ବରୁ କ୍ରାଇମବ୍ରାଞ୍ଚ ଅଧିକାରୀ ତଦନ୍ତ କରୁଥିଲେ। ଘଟଣାର ମାଷ୍ଟରମାଇଣ୍ଡ, ଶଙ୍କର ପୃଷ୍ଟି କାର କେୟାରଟେକର ଓ ସୁରେଶ ନାୟକଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ଗିରଫ ୧୧୪ ଆଶାୟୀଙ୍କୁ ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦ୍ରେ ପ୍ରଶିକ୍ଷଣ ଦେବା ପାଇଁ କେମିତି ପ୍ରୟାସ ଆରମ୍ଭ ହୋଇଥିଲା ? ପ୍ରଶିକ୍ଷଣର ବ୍ଲୁ-ପ୍ରିଣ୍ଟ କେଉଁମାନେ ପ୍ରସ୍ତୁତ କରିଥିଲେ ? ସିବିଆଇ ଅଧିକାରୀ ତଦନ୍ତ ବେଳେ ଏହି ଦିଗକୁ ଗୁରୁତ୍ୱ ଦେବେ।
