ଏସଆଇ ସ୍କାମ୍‌: ସିବିଆଇ ରିମାଣ୍ଡରେ ୪ ଅଭିଯୁକ୍ତ

ସବ ଇନ୍ସପେକ୍ଟର ଚାକିରୀ କେଳେଙ୍କାରୀ ଘଟଣା। ୨ ଦିନିଆ ରିମାଣ୍ଡରେ ୪ ଅଭିଯୁକ୍ତ । ମାଷ୍ଟରମାଇଣ୍ଡ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଦିନ ପ୍ରାୟ ୧୨ ଟା ସମୟରେ ଝାରପଡା ଜେଲରୁ ସେମାନଙ୍କୁ ସିଧାସଳଖ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଏମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ ପକ୍ଷରୁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରାଯାଇଥିଲା । ସୂଚନାଯୋଗ୍ୟ, ଗତକାଲି ନିତୀଶ କୁମାରଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଶଙ୍କରର କଳା ଟଙ୍କାକୁ ଧଳା କରିବା କାମ କରୁଥିଲା ନିତୀଶ । ବୁଧବାର ନୀତିଶଙ୍କୁ ଗିରଫ କରି ସିବିଆଇ କୋର୍ଟରେ ହାଜର କରି ୩ ଦିନ ରିମାଣ୍ଡ ଅବେଦନ କରିଥିଲା । କିନ୍ତୁ କୋର୍ଟ ୨ ଦିନ ରିମାଣ୍ଡ ମଞ୍ଜୁର କରିଥିଲେ । କିନ୍ତୁ ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟ ଦୁଇ ଦିନ ରିମାଣ୍ଡର ଅନୁମତି ଦୋଇଛନ୍ତି ।

ଅଧିକ ପଢନ୍ତୁ