ଏସବୁ ଜିଲାକୁ ଅପରାହ୍ନରେ କାଳବୈଶାଖୀ: ପ୍ରବଳ ଘଡ଼ଘଡ଼ି ସହ ବର୍ଷା

କାଳବୈଶାଖୀ ସତ୍ତ୍ବେ କଲବଲ କରୁଛି ତାତି । ଆସନ୍ତାକାଲିଠୁ ଆହୁରି ଜାଳିବ । କିଛି ସ୍ଥାନରେ ୪୩ ଡିଗ୍ରୀ ଛୁଇଁପାରେ ପାରଦ। ତେବେ ଆଜି ଅପରାହ୍ନ ସୁଦ୍ଧା କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ପୁରୀ, ନବରଙ୍ଗପୁର, ଅନୁଗୋଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।ତେଣୁ ଏହିସବୁ ଜିଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ଅଧିକ ପଢନ୍ତୁ

kc ads