ଆଜି ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ଅସ୍ଥି ଭଣ୍ଡାର ବା ବୋନ୍ ବ୍ୟାଙ୍କ୍ । ପୂର୍ବରୁ ଯେତେବେଳେ କୌଣସି ବ୍ୟକ୍ତିଙ୍କର ଦୁର୍ଘଟଣା କିମ୍ବା ଦୁରାରୋଗ୍ୟରେ ମୃତ୍ୟୁ ଘଟୁଥିଲା ସେମାନଙ୍କ ଶଲ୍ୟ ମଧ୍ୟ ସତ୍କାର ହେଇଯାଉଥିଲା। କିନ୍ତୁ ଏହି ବୋନ ବ୍ୟାଙ୍କ ଆରମ୍ଭ ହେବା ପରେ ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଏକ ଆଶା ସଞ୍ଚାର କରିଛି। ଏଣିକି ଦୁର୍ଘଟଣା ଜନିତ ରୋଗୀ ଓ କାଡାଭରିକ ପ୍ରତିରୋପଣ ପାଇଁ ଆସିଥିବା ମୃତ ଦେହଙ୍କ ଠାରୁ ମଧ୍ୟ ଅସ୍ତି ସଂଗ୍ରହ କରି ଏହି ବ୍ୟାଙ୍କରେ ଗଛିତ ରଖାଯାଇ ପାରିବ। ପରେ ଏହି ଅସ୍ତିକୁ ଅନ୍ୟ ଶରୀରରେ ଉପଯୋଗ କରାଯାଇପାରିବ।ଏହି ସେବା ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏସସିବି ମେଡିକାଲରେ ବର୍ଷକୁ ୫ଶହରୁ ଉର୍ଦ୍ଧ୍ବ ଲୋକଙ୍କ ଅସ୍ତି ଅପରେସନ କରାଯାଇ ବଦଳ କରାଯାଏ । ଯେଉଁଥିରେ କିଛି ଶଲ୍ୟକୁ ଅଣଦେଖା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସଂଗୃହୀତ ଶଲ୍ୟକୁ ସଂଗ୍ରହ କରାଯିବ ଓ ଫ୍ରିଜର ରଖି ତାକୁ ଆବଶ୍ୟକ ସ୍ଥଳେ ବ୍ୟବହାର କରାଯିବ ବୋଲି କହିଛନ୍ତି ମେଡିକାଲ ଅସ୍ତିଶଲ୍ୟ ବିଭାଗ ମୁଖ୍ୟ ଡାକ୍ତର ନିର୍ମଳ ମହାପାତ୍ର ।