ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୯୦% ମ୍ୟାପିଂ କରାସରିଛି । ୨୦୨୫ ଭୋଟର ତାଲିକାରେ ଅଛନ୍ତି,୨୦୦୨ରେ ବି ଥିଲେ BLOଙ୍କୁ ଜଣାଇବେ। ତେବେ ୨୦୦୨ରେ କେଉଁ ନିର୍ବାଚନମଣ୍ଡଳୀରେ ଥିଲେ BLOଙ୍କୁ ଜଣାଇବେ। ଆମେ ନିଜ ଆଡୁ ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ କରିସାରିଛୁ। ଏହାର ଅର୍ଥ ୨୦୨୫ ଭୋଟର ତାଲିକାରେ ଥିବା ୯୦%ଙ୍କୁ ଟ୍ରେସିଂ କରିପାରିଛ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।ଯେଉଁ ଭୋଟର ମାନେ ୨୦୦୨ରେ ଗ୍ରାମାଞ୍ଚଳର ଭୋଟର ଥିଲେ ଏବଂ ୨୦୨୫ରେ ସହରାଞ୍ଚଳର ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଛନ୍ତି। ୨୦୦୨ ଓ ୨୦୨୫ ଭୋଟର ତାଲିକାରେ ନାମ ଯାଞ୍ଚ ପାଇଁ ନିକଟସ୍ଥ ବିଏଲଓ ଏବଂ ଡିଜିଟାଲ ମାଧ୍ୟମରେ ECINET ପୋର୍ଟାଲ ଏବଂ ମୋବାଇଲ, Voter Service ପୋର୍ଟାଲ ଓ CEO Odisha ୱେବସାଇଟରେ ଯାଞ୍ଚ କରିବାକୁ କୁହାଯାଇଛି। ସେହିପରି ଯେଉଁ ଭୋଟର ମାନଙ୍କର ୨୦୦୨ରେ ନାଁ ନଥିଲା ସେମାନଙ୍କ ବାପା ଓ ମାଆଙ୍କ ନାମ କିମ୍ବା ଜେଜେବାପା ଓ ଜେଜେମାଆଙ୍କ ନାଁ ଖୋଜିବାକୁ ପରାମର୍ଶ ଦେଇଛନ୍ତି।
