ଏସ୍‌ଆଇ ପରୀକ୍ଷା ପାଇଁ ବଡ଼ ଅପଡେଟ୍; ବାହାରିଲା ପରୀକ୍ଷା ତାରିଖ

ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସଆଇ ପଦବୀ ପାଇଁ ଆଜି ପରୀକ୍ଷା ତାରିଖ ପ୍ରକାଶ ପାଇଛି । ଏସ୍‌ଆଇ ପଦବୀ ପାଇଁ ଓଏମ୍‌ଆର୍ ଆଧାରିତ ନିଯୁକ୍ତି ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ୪ ଏବଂ ୫ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ପୋଲିସ ପରୀକ୍ଷା । ପୂର୍ବରୁ ଏହି ପରୀକ୍ଷା ଦୁଇଥର ଘୁଞ୍ଚିଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଜାରି କରାଯାଇଛି ବିଜ୍ଞପ୍ତି । ଆଶାୟୀ ପରୀକ୍ଷାର୍ଥୀ ସେପ୍ଟେମ୍ବର ୨୦ ଠାରୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ । odishapolice.gov.in ରୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ ।

ଅଧିକ ପଢନ୍ତୁ