ଏସ୍‌ସିବିରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଡାକ୍ତର ଦିଲବର ସିଂହ ଠାକୁର ଗିରଫ ।

ଏସ୍‌ସିବି ମେଡିକାଲ କଲେଜ ପରିସରରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଡାକ୍ତର ଦିଲବର ସିଂହ ଠାକୁର ଗିରଫ । ମଙ୍ଗଳାବାଗ ଥାନା ପୋଲିସ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଛି । ସେପଟେ ଦୁଇ ପୀଡ଼ିତା ମହିଳା ଏବେ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ, କଟକ ବଡ଼ଡାକ୍ତରଖାନା ହୃଦ୍‌ରୋଗ ବିଭାଗକୁ ଗଲା ରବିବାର ଦିନ ପ୍ରାୟ ୧୦ଟା ବେଳେ ଜଣେ ପିଜି ଦ୍ବିତୀୟ ବର୍ଷ ଡାକ୍ତରୀ ଛାତ୍ର ତାଙ୍କ ମା’ ଓ ମାଇଁଙ୍କୁ ଚିକିତ୍ସା ପାଇଁ ଆଣିଥିଲେ। ଉଭୟ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସେଦିନ ଛୁଟି ଥିବାରୁ ବିଭାଗ ଏକପ୍ରକାର ଖାଲିଥିଲା। ଡାକ୍ତର ଦିଲବର ସିଂହ ଠାକୁର ସେମାନଙ୍କୁ ‌ଇକୋ ରୁମ୍‌କୁ ନେଇ ଯାଇଥିଲେ।

ଅନ୍ୟ କୌଣସି କର୍ମଚାରୀ ସେଠାରେ ନଥିବା ବେଳେ ଦିଲବର ସେମାନଙ୍କର ପରୀକ୍ଷା ଆଳରେ ଦୁଷ୍କର୍ମ କରିଥିଲେ। କିନ୍ତୁ ଏହି ପରୀକ୍ଷା ପରେ ସେମାନେ ଛାତି ଓ ଯୌନାଙ୍ଗରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତର ଉଭୟଙ୍କ ଯୌନାଙ୍ଗରେ ପରୀକ୍ଷା ସମୟରେ ବାରମ୍ବାର କିଛି କରିଥିବା ସେମାନେ ଅନୁଭବ କରିଥିଲେ। ୪୪ ଓ ୫୦ ବର୍ଷୀୟା ଏହି ଦୁଇ ମହିଳା ଘଟଣା ସଂପର୍କରେ ଡାକ୍ତରୀ ପଢୁଥିବା ପୁଅକୁ ପ୍ରଥମେ ଜଣାଇଥିଲେ। ଏହା ପରେ ଡାକ୍ତରୀ ଛାତ୍ରଙ୍କ ମା’ ଓ ମାଇଁ ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ଦିଲବରର ଏଭଳି କାର୍ଯ୍ୟକଳାପ ସଂପର୍କରେ ଜଣାପଡ଼ିବା ପରେ ତାଙ୍କୁ ପୁରୁଣା ଜେଣ୍ଟସ୍ ପିଜି ହଷ୍ଟେଲକୁ ଟେକି ନେଇ କେତେକ ଯୁବକ ନିସ୍ତୁକ ଛେଚିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଅଧିକ ପଢନ୍ତୁ