ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ରୋଗୀଙ୍କ ସୁବିଧା ପାଇଁ ବହିର୍ବିଭାଗ (ଓପିଡି) ଚିକିତ୍ସା ସେବାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଏବେ ରୋଗୀମାନେ ନିର୍ଦ୍ଧାରିତ ଦିନ ବ୍ୟତୀତ ଅନ୍ୟ କାର୍ଯ୍ୟ ଦିବସରେ ଚିକିତ୍ସା କରୁଥିବା ସମ୍ପୃକ୍ତ ଡାକ୍ତରଙ୍କ ପରାମର୍ଶ ପାଇପାରିବେ ।ଏହି ନୂତନ ନିୟମ ଅନୁସାରେ ଯଦି କୌଣସି ରୋଗୀ ନିର୍ଦ୍ଧାରିତ ଦିନରେ ଡାକ୍ତରଙ୍କୁ ରିପୋର୍ଟ ଦେଖାଇବାରେ ଅସମର୍ଥ ହୁଅନ୍ତି, ତେବେ ସେ ପରବର୍ତ୍ତୀ ଦିନ କିମ୍ୱା ଯେକୌଣସି ସରକାରୀ କାର୍ଯ୍ୟ ଦିବସରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସମ୍ପୃକ୍ତ ଡାକ୍ତର ଚିକିତ୍ସା କରୁଥିବା ୱାର୍ଡ କିମ୍ୱା ଚାମ୍ୱରକୁ ଯାଇ ପରାମର୍ଶ ନେଇପାରିବେ ବା ରିପୋର୍ଟ ଦେଖାଇପାରିବେ ।
