ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ୮ତାରିଖ୍ରେ ସମ୍ବଲପୁର ଗସ୍ତରେ ଯାଇ ପ୍ରଥମେ ମା’ ସମଲେଶ୍ବରୀଙ୍କୁ ଦର୍ଶନ କରିବେ। ପରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ। ଏପରିକି ଏହାର ପ୍ରଥମ କିସ୍ତି ନୂଆଁଖାଇ ଦିନ ଡିବିଟି ମାଧ୍ୟମରେ ପ୍ରଦାନ କରିବେ।
୮ ତାରିଖରେ ହିଁ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ।
ଏହାଦ୍ୱାରା ଯୋଗ୍ୟ ଚାଷୀ ଉପକୃତ ହୋଇପାରିବେ। ତେବେ ଅପରାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ଏକାଧିକ ନୂଆଖାଇ ଭେଟଘାଟରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ପହଞ୍ଚି ଅପରାହ୍ନ ଗୋଟାଏ ୧୦ରେ ମା’ ସମଲେଶ୍ୱରୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବା ସହ ନୁଆ ଖାଇବେ ।