ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀଙ୍କ ସହାୟତାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି।ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ହୋଇଥିଲେ ଓ ବୀମା ସହାୟତା ପାଇବାକୁ ଚାହୁଁଥିଲେ ‘କୃଷି ରକ୍ଷକ’ ହେଲପଲାଇନ ନମ୍ବରକୁ ଫୋନ୍ କରି ଜଣାଅ । ରାଜ୍ୟ ସରକାର ଆଜି ଚାଷୀମାନଙ୍କୁ ଆଜି ଏଭଳି ପରାମର୍ଶ ଦେଇଛନ୍ତି ।
ବୀମା ସହାୟତା ପାଇଁ କ୍ଷୟକ୍ଷତିର ୭୨ଘଣ୍ଟା ମଧ୍ୟରେ ‘କୃଷିରକ୍ଷକ’ ପୋର୍ଟାଲ ନଚେତ୍ ହେଲପଲାଇନ୍ ନମ୍ବର-୧୪୪୪୭’କୁ ଫୋନ୍ କରି ଜଣାଇବାକୁ ରାଜ୍ୟ ସରକାର ପରାମର୍ଶ ଦେବା ସହ ଉଚିତ୍ କ୍ଷତିପୂରଣ ପ୍ରଦାନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।ଯଦି ଅମଳ ହୋଇଥିବା ଫସଲ କ୍ଷେତରେ ବିଡ଼ା ବନ୍ଧା ଅବସ୍ଥାରେ କିମ୍ବା ଖଳାରେ ଶୁଖାଯାଇଥିବା ଅବସ୍ଥାରେ ଅମଳର ୧୪ଦିନ ମଧ୍ୟରେ ଅଦିନିଆ ବର୍ଷା ଯୋଗୁ କ୍ଷୟକ୍ଷତି ହୋଇଛି ତା’ହେଲେ ବୀମା ସହାୟତା ପାଇବାକୁ ଚାଷୀମାନେ ଯୋଗ୍ୟ ଅଟନ୍ତି । ଏଥିପାଇଁ କ୍ଷତି ହେବାର ୭୨ଘଣ୍ଟା ମଧ୍ୟରେ ଚାଷୀମାନେ ହେଲପଲାଇନ୍ ନମ୍ବରକୁ ଫୋନ୍ କରି ଜଣାଇପାରିବେ।