ଏହି ରାଜ୍ୟରେ ରାମମନ୍ଦିର ଉଦ୍‌ଘାଟନ ଉତ୍ସବ ଛୁଟିକୁ ନେଇ ବିବାଦ

ମହାରାଷ୍ଟ୍ର ସରକାର ଜାନୁଆରୀ ୨୨ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କରିଥିଲେ। ଯାହା ପାଇଁ ବହୁ ବିବାଦ ଦେଖାଦେଇଥିଲା। ପ୍ରାଣ ପ୍ରତିଷ୍ଠା ଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାରାଷ୍ଟ୍ର ସରକାର ଜାନୁଆରୀ ୨୨ ତାରିଖକୁ ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କରିଥିଲେ । ଚାରିଜଣ ଛାତ୍ର ଏହା ବିରୋଧରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଜଷ୍ଟିସ୍ ଜିଏସ୍ କୁଲକର୍ଣ୍ଣି ଏବଂ ନୀଲା ଗୋଖଲେଙ୍କ ବେଞ୍ଚ ଆଜି (ରବିବାର )ଛାତ୍ରଛାତ୍ରୀଙ୍କ ଆବେଦନ ଉପରେ ଶୁଣାଣି କରିବେ ।

ମିଳିଥିବା ସୂଚନା ଅନୁଯାୟୀ ଚାରିଜଣ ଛାତ୍ର ବମ୍ବେ ହାଇକୋର୍ଟରେ ଜାନୁଆରୀ ୨୨କୁ ମହାରାଷ୍ଟ୍ର ସରକାରଙ୍କ ଛୁଟିଦିନ ଘୋଷଣାକୁ ଚ୍ୟାଲେଞ୍ଜ କରି ପିଏଲ ଦାଖଲ କରିଛନ୍ତି। ଏହି ଆବେଦନ ଶିବାଙ୍ଗୀ ଅଗ୍ରୱାଲ, ବେଦାନ୍ତ ଗୌରବ ଅଗ୍ରୱାଲ, ସତ୍ୟଜିତ୍ ସିଦ୍ଧାର୍ଥ ସାଲଭେ ଏବଂ ଖୁସି ସନ୍ଦୀପ ବାଙ୍ଗିଆଙ୍କ ଦ୍ୱାରା ଦାଖଲ କରାଯାଇଛି। ସମସ୍ତେ ଏମଏନଏଲୟୁ , ମୁମ୍ବାଇ, ଜିଏଲସିଏବଂ ନିର୍ମା ଆଇନ ବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି।

ଅଧିକ ପଢନ୍ତୁ

Odisha Darpan Digital