ଏହି ୫ ଜିଲାକୁ ପ୍ରବଳ ବର୍ଷା

ଦକ୍ଷିଣ ବଙ୍ଗଳାଦେଶ ଓ ତତସଂଲଗ୍ନ ଅଂଚଳରେ ସଦୃଶ ଲଘୁଚାପ ସକ୍ରିୟ ରହିଛି । ଏହା ଅଧିକ ଘନୀଭୁତ ହୋଇ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜି ୱେଲମାର୍କ ଲୋ-ପ୍ରେସରେ ପରିଣତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। । ଆଜି ସକାଳ ୮ଟା ୩୦ ଯାଏଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆଜି ସକାଳ ୮ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ୫ଟି ଜିଲ୍ଲାକୁ ୟେଲ ୱାର୍ଣ୍ଣିଂ ଜାରି କରାଯାଇଛି ।

କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରର ବିଭିନ୍ନ ସ୍ଥାନରେ ୭୦ରୁ ୧୧୦ମିମି ଯାଏ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି । ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଉତ୍ତର ବଙ୍ଗୋପସାଗରର ଓଡ଼ିଶା ଉପକୂଳକୁ ଯିବା ପାଇଁ ବାରଣ କରାଯାଇଛି। କାରଣ ଏହି ଦୁଇଦିନ ଘଣ୍ଟା ପ୍ରତି ପବନ ୩୫ରୁ ୪୫ କି.ମି. ବେଗରେ ବୋହିବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଅଧିକ ପଢନ୍ତୁ

Odisha Darpan Digital