ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଓଏଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ଅନାମ ଚରଣ ମିଶ୍ର ହେଲେ କଟକ ମହାନଗର ନିଗମ କମିଶନର । କଳ୍ପତରୁ ବେହେରା ହେଲେ କଟକ ମହାନଗର ମିଗମ ଅତିରିକ୍ତ କମିଶନର । ସେ ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କର ପ୍ରାଇଭେଟ ସେକ୍ରେଟାରୀ ଥିଲେ। ପ୍ରଦୀପ କୁମାର ରାଉତ ହେଲେ ଓକାକ ମୁଖ୍ୟ ନିର୍ବାହୀ ଅଧିକାରୀ । ଅଶୋକ କୁମାର ଗଡତିଆ ହେଲେ ଅତିରିକ୍ତ ଅବକାରୀ କମିଶନର ।ପୂର୍ବତନ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟେରୀ ଗୌରହରି ବେହେରାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି। କେନ୍ଦୁଝରର ପୂର୍ବତନ ଅତିରିକ୍ତ ଡିଏମ୍‌ ଯଦୁମଣି ମହାଲଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। କଟକ ଜିଲ୍ଲା ଆଠଗଡ଼ ପୂର୍ବତନ ସବ୍‌-କଲେକ୍ଟର ପ୍ରଶାନ୍ତ କୁମାର ତରାଇଙ୍କୁ ଜଗତସିଂହପୁର ସବ୍‌-କଲେକ୍ଟର ଭାବେ ନିଯୁକ୍ତି ମିଳିଛି। ଜୟପୁରର ପୂର୍ବତନ ସବ୍‌-କଲେକ୍ଟର ପ୍ରଭାତ କୁମାର ପରିଡ଼ାଙ୍କୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସବ୍‌-କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି। ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ପ୍ରସନ୍ନ କୁମାର ପଣ୍ଡାଙ୍କୁ ବରଗଡ଼ ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି। ଜଗତସିଂହପୁର ଅତିରିକ୍ତ ସବ୍‌-କଲେକ୍ଟର ବିଭୂତି ଗଡ଼ନାଏକଙ୍କୁ ଢେଙ୍କାନାଳ ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି। ବ୍ରହ୍ମପୁର ଅତିରିକ୍ତ ସବ୍‌-କଲେକ୍ଟର ଗୌରବମୟ ପ୍ରଧାନଙ୍କୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି। ବାରିପଦା ଆଇଟିଡିଏ ପିଏ ଥିବା ପ୍ରଣୟ ରଞ୍ଜନ ବେହେରାଙ୍କୁ କେନ୍ଦୁଝର ପୌରପାଳିକାର କାର୍ଯ୍ୟନିବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।

ଅଧିକ ପଢନ୍ତୁ