ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ପାଇଁ ଆସନ୍ତା ୨୭ ତାରିଖରୁ ଆବେଦନ ଆରମ୍ଭ ହେବ । ମାର୍ଚ୍ଚ ୨୬ ତାରିଖ ଯାଏ ଆବେଦନ ଚାଲିବ । ମେ ୧୧ରୁ ୧୭ ଯାଏ ପରୀକ୍ଷା ହେବ । ମେ ୩୧ରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଭାଗୀୟ ତଥ୍ୟ ଅନୁଯାୟୀ, ବି ଫାର୍ମା, ଏମ୍ସିିଏ, ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଣ୍ଟିଗ୍ରେଡେଟ୍ ଏମ୍ବିଏ, ବି କାଟ୍, ନର୍ସିଂ, ଏମ୍ଟେକ୍, ଏମ୍ଟେକ୍ (ପାର୍ଟ ଟାଇମ୍), ଏମ୍ ଆର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମା, ଲାଟେରାଲ୍ ଏଣ୍ଟ୍ର ଟୁ ବିଟେକ୍ ଓ ବି ଫାର୍ମା ନାମଲେଖା ପାଇଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ ।ସେହିପରି ଜୁଲାଇ ୨୧ ସୁଦ୍ଧା ସମସ୍ତ କାଉନ୍ସେଲିଂ ପ୍ରକ୍ରିୟା ଶେଷ ହେବ । ଅଗଷ୍ଟ ୧ରୁ ୧୫ ମଧ୍ୟରେ କଲେଜମାନଙ୍କରେ ନାମଲେଖା ପ୍ରକ୍ରିୟା ଚାଲିବ । ଏଆଇସିଟିଇ ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ଅଗଷ୍ଟ ୧୫ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ । ଏମ୍ବି ବିଏସ୍, ବିଡିଏସ୍ ଓ ସମସ୍ତ ଆୟୁଷ କୋର୍ସ ପାଇଁ କାଉନସେଲିଂ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହେବ । ଏପରିକି ସମସ୍ତ ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ମୋଡ୍ କରାଯିବ ।
