ଓଟିଇଟି ପ୍ରସ୍ନପତ୍ର ଲିକ ବାଲେଶ୍ୱରରୁ କୋରାପୁଟ ପଯ୍ୟନ୍ତ ବ୍ୟାପିଛି-କ୍ରାଇମବ୍ରାଞ୍ଚ ଡିଜି

ଓଟିଇଟି ପ୍ରଶ୍ନପତ୍ର ମାମଲାରେ ୬ ଜଣ ଗିରଫ ହୋଇଛନ୍ତି । ଏନେଇ ପ୍ରେସମିଟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।ଏକ ପ୍ରେସ୍‌ମିଟ୍‌ରେ କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇ କହିଛନ୍ତି ଯେ, ଏହି ଲିକ୍‌ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ଜରିଆରେ ହୋଇଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୪୦ ହଜାର ଟଙ୍କା ଆସିଥିବାର ପ୍ରମାଣ ମିଳିଛି।ଗତକାଲି ଏହି ମାମଲାରେ ରାୟଗଡା ଜିଲ୍ଲାରୁ ଜଣେ ଶିକ୍ଷକଙ୍କୁ ଉଠାଇଥିଲା କ୍ରାଇମବ୍ରାଞ୍ଚI ତେବେ ରାୟଗଡ଼ା, ଓଟିଇଟି ପ୍ରଶ୍ନପତ୍ର ଲିକ ଯୋଗୁଁ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା। ତେବେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା।

ସ୍ଥାନୀୟ ପୋଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ଉଠାଇ ନେଇଥିଲା। ଏବେ ପୁଣି ଆଉ ଜଣେ ବୋର୍ଡ ଅଫିସର କର୍ମଚାରୀଙ୍କୁ ଉଠାଇ ନେଇ ଜେରା କରାଯାଉଛିଇ ତେବେ ଏହି ପ୍ରସ୍ନପତ୍ର ଲିକ ବାଲେଶ୍ୱରରୁ କୋରାପୁଟ ପଯ୍ୟନ୍ତ ବ୍ୟାପିଛି ।

ଅଧିକ ପଢନ୍ତୁ

Odisha Darpan Digital