ଓଡଗାଁରେ ପାଚିକା ସହାୟିକାଙ୍କ ବିକ୍ଷୋଭ

ନୟାଗଡ଼,(ଓଡ଼ିଶା ଦର୍ପଣ):ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାଙ୍କ ବାର ଦଫା ଦାବି ନେଇ ଓଡଗାଁ ବ୍ଲକର ଶତାଧିକ ବିଦ୍ୟାଳୟ ପାଚିକା ବ୍ଳକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ଡାକରାରେ ୧୧ଏପ୍ରିଲରେ ଏକ ଶୋଭାଯାତ୍ରାରେ ବାହାରି ସି.ଆଇ.ଟି.ୟୁ.ପରିଚାଳିତ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ୟୁନିଅନର ସଦସ୍ୟା ମାନେ ଓଡଗାଁ ବଜାର ପରିକ୍ରମା କରି ଶ୍ରମିକ ନେତା ଗୋଲକବିହାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ବି.ଇ.ଓ.ଅଫିସ୍ ସମ୍ମୁଖରେ ସଭା କରି ସରକାରୀ କର୍ମଚାରୀର ମାନ୍ୟତା, ମାସିକ ସର୍ବନିମ୍ନ ପ୍ରାପ୍ୟ ଟ୨୬୦୦୦କରିବା, ଅବସର ବୟସ ୬୫କୁ ବୃଦ୍ଧି କରିବା, ମାସିକ ପେନସନ ସର୍ବନିମ୍ନ ୧୦୦୦୦କରିବା, ବେଆଇନ ଛଟେଇ ବନ୍ଦ କରିବା ଓ ଛଟେଇ ପାଚିକାଙ୍କୁ ଆବଶ୍ୟକ ସ୍ଥଳେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତ କରିବା ପ୍ରଭୃତି ଦାବି ଉପରେ ଆଲୋକପାତ କରାଯାଇଥିଲା। ଏହି ବିକ୍ଷୋଭରେ ସଂଘର ଜିଲ୍ଲା ସଂପାଦିକା ଜୟନ୍ତୀ ଦାଶ, ନାରୀ ନେତ୍ରୀ ଜ୍ୟୋତି ପ୍ରଭା ଜେନା, ସିଟୁ ନେତା ଶରତଚନ୍ଦ୍ର ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ।

ଅଧିକ ପଢନ୍ତୁ

kc ads