ଓଡ଼ଗାଁରେ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୭

ଓଡ଼ଗାଁ,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଓଡ଼ଗାଁ ବ୍ଲକ ଅଡିସନ ସାମ୍ବାଦିକ ଭବନ, ଓଡ଼ଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି।  ପ୍ରତିଯୋଗିତାକୁ ଓଡ଼ଗାଁ ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ଗଣେଶ୍ୱର ସାହୁ ଏବଂ ସାରସ ମିଶ୍ର ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ଓଡଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର ୨୧ଜଣ କଣ୍ଠଶିଳ୍ପୀ  ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ କଣ୍ଠଶିଳ୍ପୀ ଅଧ୍ୟାପକ ଡ. ଆଶୁତୋଷ ମିଶ୍ର,ରବୀନ୍ଦ୍ର କୁମାର ଦାଶ ଏବଂ କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୭ ଜଣ କଣ୍ଠଶିଳ୍ପୀଙ୍କୁ ସେମି ଫାଇନାଲ ପର୍ଯ୍ୟାୟ ପାଇଁ ଚୟନ କରିଥିଲେ। ଏହି କଣ୍ଠଶିଳ୍ପୀ ମାନେ ହେଲେ ଆଶୁତୋଷ ବେହେରା,ପ୍ରିୟାଂଶି ପ୍ରିୟଦର୍ଶିନୀ ସାହୁ, ସୋମାଲିନ ପୃଷ୍ଟି,ସାଇସିଦ୍ଧି ମିଶ୍ର, ସୁଚିନ୍ତିକା ସାହୁ,ବର୍ଷା ରାଣୀ ପ୍ରଧାନ,ସମ୍ୟକ ପଣ୍ଡା। ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସୂଚନା ଯୋଗ୍ୟଯେ ଜିଲ୍ଲାର ସମସ୍ତ ୮ଟି ବ୍ଳକରେ କଣ୍ଠଶିଳ୍ପୀ ମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଏଥିରୁ ମନୋନୀତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ  ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ କ୍ରମାନ୍ୱୟେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ସହିତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯିବ।By:-Laxmidhar Sahoo

ଅଧିକ ପଢନ୍ତୁ