ଓଡ଼ଗାଁର ଦୁଇ ଶିକ୍ଷକ ଦମ୍ପତି ୫ ଜଣ ଛାତ୍ର ଛାତ୍ରୀଙ୍କ ଶିକ୍ଷାଭାର ନେଲେ

ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକର ଶିକ୍ଷକ ଦମ୍ପତି ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ, ସହକାରୀ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ଓ ଓଡ଼ଗାଁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଆରତୀ ସାହୁ ରୋହିବାଙ୍କ ପଞ୍ଚାୟତର ରୋହିବାଙ୍କ ଅଞ୍ଚଳରେ ରହି ଆସୁଥିବା ମାଟିଆ କେଳା ଯେଉଁମାନେ କି ମଙ୍କୁ ଆଦିବାସୀ ଅଟନ୍ତି ସେମାନଙ୍କ ୫ ଜଣ ପିଲାଙ୍କ ସମସ୍ତ ଶିକ୍ଷା ଖର୍ଚ୍ଚ ବହନ କରିବେ। କେବଳ ବର୍ଷେ କି ଦୁଇ ବର୍ଷ ନୁହେଁ ସେମାନଙ୍କୁ 18 ବର୍ଷ ହେଲା ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ଉପକରଣ, ପୋଷାକ, ଟ୍ୟୁସନ ଖର୍ଚ୍ଚ ବହନ କରିବେ । ଆଜି ଦମ୍ପତି ଶିକ୍ଷକ ଦୁହେଁ ସେମାନଙ୍କ ବାସସ୍ଥାନ କୁ ଯାଇ ନିଜ ଖର୍ଚ୍ଚରେ ଖାତା, ପେନ, ପେନସିଲ ସାଙ୍ଗକୁ ଅଣ୍ଡା, ବିସ୍କେଟ, ଫଳ ଦେଇ ପିଲାଙ୍କ ଖବର ବୁଝିଥିଲେ। ସେ ପିଲାମାନେ ହେଲେ କୃଷ୍ଣ ପ୍ରଧାନ ପିତା ଚନ୍ଦନ ପ୍ରଧାନ, ବର୍ଷା ପ୍ରଧାନ ପିତା ସନ୍ତୋଷ ପ୍ରଧାନ, ସୁମିତ୍ରା ପ୍ରଧାନ ପିତା ପ୍ରଫୁଲ୍ଲ ପ୍ରଧାନ, ବାବୁ ପ୍ରଧାନ ପିତା ସୁରେଶ ପ୍ରଧାନ, ପୂଜା ପ୍ରଧାନ ପିତା ସାଗର ପ୍ରଧାନ।
ପ୍ରକାଶ ଥାଉ କି ଏହି ପିଲା ମାନଙ୍କର ପିତା ମାତା ମାନେ କେବଳ ବିଭିର୍ଣ୍ଣ ପର୍ବ ପର୍ବାଣି ମାନଙ୍କରେ ମାଟି ଭିତରେ ନିଜର ଅଙ୍ଗ ଭଙ୍ଗି କୁ ରଖି ଦୀର୍ଘ ସମୟ ପର୍ଯ୍ୟନ୍ତ ଖେଳ ପ୍ରଦର୍ଶନ କରନ୍ତି ଅନ୍ୟ ସମୟରେ ଦାତା ମାନଙ୍କ ଠାରୁ ଯାହା ମିଳେ ତାହା ମାଗି ଚଳି ବହୁ କଷ୍ଟ ରେ ଦିନ ବିତାନ୍ତି।
କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ” ଆସ ସ୍କୁଲଯିବା” ପଦଯାତ୍ରା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର ସ୍ଥାନୀୟ ସରପଞ୍ଚ, ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଅଧାରୁ ପାଠ ଛାଡୁଥିବା ତଥା ବିଦ୍ୟାଳୟ ରେ ଆଦୌଁ ନାମ ଲେଖାଇ ନଥିବା ପିଲାଙ୍କୁ ବିଦ୍ୟାଳୟ ଅଭିମୁଖୀ କରାଇବା ପାଇଁ କରାଯାଇଥିବା ପ୍ରାୟସରେ ସେହି ପିଲାଙ୍କ ଭଙ୍ଗା ଅସ୍ଥାୟୀ କୁଡ଼ିଆ ଘର, ରହଣି ସ୍ଥାନ ତଥା ଖାଦ୍ୟ ପେୟ ଓ ଚଳଣି ଦେଖି ଦମ୍ପତି ଦ୍ବୟ ଆଦୌ ସାହିପାରି ନଥିଲେ। ଶେଷରେ ଏଭଳି ନିଷ୍ପତି ନେଲେ।

ଏଭଳି ନିଷ୍ପତିକୁ ସ୍ଥାନୀୟ ଲୋକ ପ୍ରତିନିଧି, ଗ୍ରାମ ସଭାପତି, ବିଦ୍ୟାଳୟ ପରିଚାଳନା କମିଟି ସାଙ୍ଗକୁ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଓ ରଘୁନାଥ ମଲ୍ଲିକ ସମେତ ଓଡଗାଁ ଅଞ୍ଚଳର ଲୋକପ୍ରତିନିଧି ଦମ୍ପତି ଦୁଇଙ୍କୁ ସାଧୁବାଦ ଜଣାଇଛନ୍ତି।

ଅଧିକ ପଢନ୍ତୁ