ନୟାଗଡ଼-ଓଡ଼ଗାଁ ରାସ୍ତା ମରଣ ଯନ୍ତା, ଲୋକଙ୍କ ରାସ୍ତାରୋକ

ନୟାଗଡ଼, (ଓଡ଼ିଶା ଦର୍ପଣ): ନୟାଗଡ଼ ସହରରୁ ଓଡ଼ଗାଁକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କୋଏନା ଢାବାଠାରୁ ଲେଙ୍କୁଡ଼ିପଡ଼ା ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି । ଦୀର୍ଘ ଦୁଇ ବର୍ଷ ହେବ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବର୍ଷା ଦିନରୁ ଏହି ରାସ୍ତା ସମସ୍ୟା ନେଇ ସ୍ଥାନୀୟ ଲୋକେ ନାହିଁ ନଥ‌ିବା ଦୁର୍ଦ୍ଦଶା ଭୋଗୁଥ‌ିବା ବେଳେ ପୂର୍ତ୍ତ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁନାହିଁ । ଯାହାକୁ ନେଇ ଆଜି ଉତ୍ୟକ୍ତ ଲୋକେ ୨୧ନଂ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକିୟା ଦୀର୍ଘଦିନ ତଳୁ ଶେଷ ହୋଇଥିଲେ ମଧ୍ୟ କାମ ଆରମ୍ଭ ହେଉନାହିଁ । ଫଳରେ ଆଜି ଲୋକେ ରାସ୍ତା ଅବରୋଧ ପରେ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ବାଇଁ, ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଓ ପୂର୍ତ୍ତ ବିଭାଗ କର୍ମଚାରୀମାନେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଆସନ୍ତାକାଲି ଠାରୁ ରାସ୍ତା କାମ ଆରମ୍ଭ କରିବାକୁ ପ୍ରତିଶୃତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିବା ସୂଚନା ମିଳିଛି
|

ଅଧିକ ପଢନ୍ତୁ

kc ads