ଓଡ଼ିଆ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ଵାଇଁଙ୍କୁ ମିଳିଛି ଗୁରୁ ଦାୟିତ୍ଵ। ଜାମ୍ମୁକଶ୍ମୀର ପୁଲିସ ମହାନିର୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ରଶ୍ମୀରଞ୍ଜନ। ଜାଣିରଖିବା ଉଚିତ୍ ଯେ, ୧୯୯୧ ବ୍ୟାଚର ଆଇପିଏସ୍ ଅଫିସର ହେଉଛନ୍ତି ରଶ୍ମୀରଞ୍ଜନ ସ୍ୱାଇଁ । ଜାମ୍ମୁକାଶ୍ମୀରର ଡିଜିପି ହେବା ପୂର୍ବରୁ ସେ ଶ୍ରୀନଗର ଓ ଜମ୍ମୁରେ ଏସଏସପି ମଧ୍ୟ ରହିସାରିଛନ୍ତି ।
୨୦୦୧ରୁ ୨୦୦୩ ପର୍ୟ୍ୟନ୍ତ ସେ ଶ୍ରୀନଗର ଓ ୨୦୦୩ରୁ ୨୦୦୪ ପର୍ୟ୍ୟନ୍ତ ସେ ଜମ୍ମୁରେ ଏସଏସପି ଦାୟିତ୍ୱରେ ଥିଲେ ।। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସେ ଜମ୍ମୁ -କଶ୍ମୀର ପୋଲିସ ଡିଜି ଭାବେ କାର୍ଯ୍ୟ କରିବେ । ଏବେ ସେ ଜମ୍ମୁ-କଶ୍ମୀରର ଭାରପ୍ରାପ୍ତ ଡିଜିପି ଭାବେ କାର୍ଯ୍ୟରତ ଅଛନ୍ତି।